ପାରଳାଖେମୁଣ୍ଡି:୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ୨ ତାରିଖ ଠାରୁ ଆରମ୍ଭ ହୋଇ ଯାଇଥିବା ବେଳେ ଏଥିପାଇଁ ସମଗ୍ର ପାରଳା ସହର 'ର ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି. ଚଳିତ ପୌର ନିର୍ବାଚନ ରେ ପାରଳା ସହରରେ ମୋଟ 16 ଟି ୱାର୍ଡ ରହିଛି, ଏହି ଅବସର'ରେ 3 ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ 16 ଟି ୱାର୍ଡ କାଉନସିଲର ଏବଂ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଖୋଜା ଚାଲିଥିବା ବେଳେ କେତେକ ୱାର୍ଡ କାଉନସିଲର ପଦବୀ ପାଇଁ ଆଶାୟୀ ପ୍ରାଥୀ ମାନେ ପୌର କାର୍ଯ୍ୟାଳୟ'ରୁ ସେମାନଙ୍କ ପ୍ରାର୍ଥୀ ଫର୍ମ କିଣି ନେଇଛନ୍ତି , ଅନ୍ୟାପକ୍ଷରେ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଥିବା ପାରଳା ପୌର ଅଧ୍ୟକ୍ଷା ପଦବୀ'ରେ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରିବା ପାଇଁ 3 ନମ୍ବର ୱାର୍ଡ ର ପୂର୍ବତନ ଜଣାଶୁଣା କାଉନସିଲର ଶ୍ରୀମତୀ ଖଗେଶ୍ଵରୀ ବେହେରା ମଧ୍ୟ ଆଜି ପୂର୍ବାହ୍ନ'ରେ ତାଙ୍କର ପ୍ରାର୍ଥୀଫର୍ମ ନେଇଛନ୍ତି lପୂର୍ବତନ କାଉନସିଲର ଖଗେଶ୍ଵରୀ ବେହେରା ଜଣେ ମେଳାପୀ, ପରୋପକାରୀ ଓ କାର୍ଯ୍ୟଦକ୍ଷତା ସମ୍ପନ୍ନ ମହିଳା l ସେ ତାଙ୍କ କାର୍ଯ୍ୟକାଳ ସମୟରେ ୱାର୍ଡ ର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ଯୋଗୁଁ ସେ ସମସ୍ତଙ୍କ ଠାରେ ଅତ୍ୟନ୍ତ ପ୍ରିୟଭାଜନ ଓ ଜଣାଶୁଣା ରହିଛନ୍ତି lତେଣୁ ଆଜି ସେ ପୌର ଅଧ୍ୟକ୍ଷା ପଦବୀରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀ ଫର୍ମ ନେବାବେଳେ ତାଙ୍କର ବହୁ ସମର୍ଥକ ଓ ପାରଳା ପୌର କାର୍ଯ୍ୟାଳୟର ବହୁ କର୍ମଚାରି ତାଙ୍କୁଅଗ୍ରୀମ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ l
Post a Comment