ନୟାଗଡ : (ମଣିଭଦ୍ରା ଖବର) ପୁରୀ ଜଗନ୍ନାଥ ମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା ଅଭିଯୋଗରେ ଆଉ ୪ ଜଣ ଅଭିଯୁକ୍ତ ଗିରଫ। ସେମାନେ ହେଲେ କୁନୁମୁନୁ ସୁଆର ଓରଫ କୁନୂମୁନୁ ମହାପାତ୍ର, ହରିହର ପଣ୍ଡା ଏବଂ ଟୁଟୁ ମହାପାତ୍ର। ସେମାନଙ୍କୁ କୋରାପୁଟରୁ ଗିରଫ କରାଯାଇଥିବା ପୂରୀ ଏସପି କନ୍ଵର୍ ବିଶାଳ ସିଂହ ସୂଚନା ଦେଇଛନ୍ତି। ଗତ ୧୬ ତାରିଖ ଦିନ ବାରବାଟି ଜାଗାରେ କୃଷ୍ଣଚନ୍ଦ୍ରଙ୍କ ଗୁଳିକରି ହତ୍ୟା ପରେ ସେମାନେ ସାତପଡ଼ା ଏବଂ ଚିଲିକା ଦେଇ ବ୍ରହ୍ମପୁର ଚାଲି ଯାଇଥିଲେ। ସେଠାରୁ ବିଶାଖାପାଟଣା ଦେଇ କୋରାପୁଟ ଯାଇଥିବା ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ।
ବାଲେଶ୍ବର ରୁ ଦେବୀ ପ୍ରସାଦ ଦାସ ଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment