BREAKING
Loading...
:

ଆମ୍ବୁଲାନସ୍ ସେବା ଯୋଗାଇଲେ ନୂତନ ସରପଂଚ


 ତାଳଚେର ତା ୦୩/୦୩ ତାଳଚେର ବ୍ଲକ କଳମଛୁଇଁ ପଂଚାୟତର ନବ ନିର୍ବାଚିତ ନୂତନ ସରପଂଚ ଅନିଲ୍ କୁମାର ପ୍ରଧାନ ଚଳିତ ପଂଚାୟତ ନିର୍ବାଚନରେ ନୂତନ ସରପଂଚ ଭାବେ ବିଜୟ ଲାଭ କରିଛନ୍ତି । ଶ୍ରୀ ପ୍ରଧାନ ଜଣେ ସମାଜସେବୀ ଭାବେ ପଂଚାୟତରେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଗରୀବ, ଅସହାୟଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ସହିତ ବିଭିନ୍ନ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଡ ଏବଂ ରକ୍ତଦାନ ଶିବିର ଆୟୋଜନ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ପଂଚାୟତ ସ୍ତରରେ ସେବା କାର୍ଯ୍ୟକୁ ଆହୁରୀ ଅଧିକ ପ୍ରସାରିତ କରିବା ପାଇଁ ଚଳିତ ନିର୍ବାଚନରେ ଗ୍ରାମର ବୁଦ୍ଧିଜୀବୀ ଓ ଯୁବକମାନଙ୍କ ଆହ୍ୱାନକ୍ରମେ ଶ୍ରୀ ପ୍ରଧାନ ସରପଂଚ ପଦବୀରେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଛନ୍ତି । ଆଗାମୀ ୫ ବର୍ଷରେ ଓଡିଶାର ସର୍ବଶ୍ରେଷ୍ଠ ଏବଂ ଉନ୍ନତ ଆଦର୍ଶ ପଂଚାୟତ ଭାବରେ ଗଢ଼ିବାକୁ ସେ ୧୦ଟି ସଂକଳ୍ପ ନେଇଥିଲେ । ଶ୍ରୀ ପ୍ରଧାନ ସଂକଳ୍ପ ନେଇଥିବା ପ୍ରଥମ କାର୍ଯ୍ୟ ଭାବେ ପଂଚାୟତରେ ଏକ ନୂତନ ଆମ୍ବୁଲାନସ୍ ସେବା ଯୋଗାଇ ଦେଇଛନ୍ତି । ନିର୍ବାଚିତ ହେବାର ଦିନକ ପରେ ଅର୍ଥାତ୍ ପବିତ୍ର ମହାଶିବରାତ୍ରୀ ଅବସରରେ ସର୍ବ ପ୍ରଥମେ ସୋଲଡା ଗ୍ରାମର ରାଜେନ୍ଦ୍ର ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ତୁରନ୍ତ ଆମ୍ବୁଲାନସ୍ ଯୋଗେ ଅନୁଗୋଳ ଜିଲ୍ଳା ମେଡିକାଲ୍‌କୁ ନିଆଯାଇଥିଲା । ନୂତନ ସରପଂଚଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Post a Comment

أحدث أقدم
Header ADS