ହିନ୍ଦୋଳ ରେ ଜଙ୍ଗଲୀ ହାତୀ ସହ ଖେଳ,ମୁଣ୍ଡ ଉପରେ ଜଗି ବସିଛି କାଳ।
ହିନ୍ଦୋଳ, ଢେଙ୍କାନାଳ ,
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ସହ ଯୁବକଙ୍କ ବିପଜ୍ଜନକ ଖେଳ ଏବେ ଚର୍ଚ୍ଚା ର ବିଷୟ।ସର୍ବ ସାଧାରଣ ରେ ଟୁଙ୍ଗୁରୁ ନାମକ ଦନ୍ତା ହାତୀର ଲାଞ୍ଜ ଟାଣିବା ସହ ଦାନ୍ତ ଓ ଶୁଣ୍ଢକୁ ଛୁଇଁ ହଇରାଣ କରୁଛନ୍ତି କିଛି ଯୁବକ।ଟୁଙ୍ଗୁରୁ ହାତୀର ଶାନ୍ତ ସ୍ୱଭାବକୁ ଦୁର୍ବଳତା ଭାବି ଏଭଳି ଦୁଃସାହସ କରିବା ଉଭୟ ମଣିଷ ଓ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।ଏଭଳି କାର୍ଯ୍ୟରୁ ଦୂରେଇ ରହିବା ସହ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ତେବେ ପ୍ରାପ୍ତ ସୂଚନା କ୍ରମେ ହାତୀ କୁ ନେଇ କିଛି ଯୁବକ ମାନଙ୍କର ଏଭଳି ଦୁଃସାହସିକ କାଣ୍ଡ ନିହାତି ବିପଦ କୁ ଆମନ୍ତ୍ରଣ କରିବା ସଦୃଶ। ସାମାନ୍ୟ ଅସାବଧାନତା ଜନିତ ନଜର ହଟିଲେ ମୃତ୍ୟୁ ସୁନିଶ୍ଚିତ।ଏଭଳି ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ,ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ଅନ୍ତର୍ଗତ ଡେଙ୍ଗଵୋରେଇ ଓ ପାଟଲା ଗାଁ ରୁ। ହିନ୍ଦୋଳ ବନାଞ୍ଚଳ ବେଶ୍ ହାତୀ ପ୍ରବଣ ହୋଇ ଥିବା ବେଳେ ବର୍ଷ ର ଅଧିକାଂଶ ସମୟ ରେ ହାତୀ ମଣିଷ ସଂଘର୍ଷ ପାଇଁ ରାଜ୍ୟ ରେ ବେଶ୍ ଚର୍ଚ୍ଚିତ।ପ୍ରତି ସପ୍ତାହରେ ଦେଖିବାକୁ ଗଲେ କେଉଁଠି ନା କେଉଁଠି ହାତୀ ମଣିଷ ସଂଘର୍ଷ ଜନିତ ମୃତାହତ ଖବର ନଜର କୁ ଆସୁଥିବା ବେଳେ,ହାତୀ ଦାଉ ରୁ ରକ୍ଷା ପାଇବା ପାଇଁ ବନବିଭାଗ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ ଓ ରାସ୍ତା ରୋକ ଭଳି ଘଟଣା ର ମଧ୍ୟ ନଜିର ଅଛି।ତେବେ ଏପରି ଯୁବକ ମାନେ କରିବା ଏକ ରକମ ଆତ୍ମହତ୍ୟା ପାଇଁ ପ୍ରୟାସ ସଦୃଶ ବୋଲି ଆମେ କହିପାରିବା।ହାତୀ ଭଳି ଜଙ୍ଗଲୀ ଜନ୍ତୂ କୁ ଖେଳନା ଭାବି ଏପରି କରିବା ଦ୍ବାରା ଅବା ଉତକ୍ଷିପ୍ତ କରିବା ଦ୍ୱାରା ହାତୀ ମଣିଷ କୁ ଦେଖିଲେ ମାରିବାକୁ ଗୋଡାଇବା ସ୍ବାଭାବିକ।ହାତୀ କୁ ଏପରି ଚିଡାଇବା ଦ୍ବାରା ଅନେକ ନିରୀହ ଜୀବନ ବଳି ପଡ଼ୁଛନ୍ତି ବୋଲି ସାଧାରଣରେ ଅଭିଯୋଗ।
ଏହି ଖବର ଅତି ସମ୍ବେଦନଶୀଳ ତଥା ବ୍ୟଥିତ କରିବାଭଳି।ଜଣେ ଯୁବକ ହାତୀ ର ଲାଞ୍ଜ କୁ ଭିଡ଼ି ତାକୁ ହଇରାଣ କରି ନିଜେ ମଜ୍ଜା ନେବା ଅବା ବନ୍ୟପ୍ରାଣୀ ଙ୍କୁ ବିରକ୍ତ କରିବା ଆଇନତଃ ଅପରାଧ ହୋଇ ଥିବା ବେଳେ ଏହି ଦୃଶ୍ୟ ସୋସିଆଲ୍ ମେଡିଆରେ ଭାଇରାଲ ହେବା ପରେ ଏବେ ଆକ୍ସନ୍ ମୁଡ୍ ରେ ବନବିଭାଗ। ଏବେ ଦେଖିବାକୁ ବାକି ରହିଲା ଅମାନିଆ ଯୁବକ ମାନଙ୍କ ଉପରେ ବନବିଭାଗ ପକ୍ଷରୁ ନିଆଯାଉଛି କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment