BREAKING
Loading...
:

ଶୀତ ଅଧିବେଶନର ପ୍ରଥମ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏ ମୁଲତବୀ ଥିଲା ।

 ଶୀତ ଅଧିବେଶନର ପ୍ରଥମ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏ ମୁଲତବୀ ଥିଲା ।



ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହ କାର୍ଯ୍ୟ ଚାଲିପାରିଲାନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ । ବାତ୍ୟା ପରିଚାଳନାରେ ସରକାର ଫେଲ୍ ବୋଲି ଅଭିଯୋଗ କରି ବିଜେଡି ନାରାବାଜି କରିଥିଲା। ତେଣେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ।   ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଥିଲା । ହଙ୍ଗାମା ମଧ୍ୟରେ ମାତ୍ର କିଛି ମିନିଟ୍ ଗୃହ ଚାଲିବା ପରେ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS