BREAKING
Loading...
:

ବନ୍ୟା ରିଲିଫ୍ ଚାଉଳ ବଣ୍ଟନରେ ବିଳମ୍ବ, ରାସ୍ତାରୋକ କଲେ ବୁରୁପଡ଼ା ପଞ୍ଚାୟତବାସୀ

 ବନ୍ୟା ରିଲିଫ୍ ଚାଉଳ ବଣ୍ଟନରେ ବିଳମ୍ବ, ରାସ୍ତାରୋକ କଲେ ବୁରୁପଡ଼ା ପଞ୍ଚାୟତବାସୀ!  



ବ୍ରମ୍ହପୁର୍ର, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପଡ଼ା ପଞ୍ଚାୟତରେ ବନ୍ୟା ରିଲିଫ୍ ଚାଉଳ ଯୋଗାଣରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଉତ୍ୟକ୍ତ ଗ୍ରାମବାସୀ।


ପ୍ରତିବାଦ ସମୟରେ ରାସ୍ତା ଉପରେ ନିଆଁ ଜାଳି ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଛନ୍ତି ପଞ୍ଚାୟତବାସୀ। ଫଳରେ ହିଞ୍ଜିଳିକାଟୁରୁ ଶେରଗଡ଼ ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।


ରିଲିଫ୍ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଲୋକଙ୍କ ଅସନ୍ତୋଷ ଏବେ ରାସ୍ତାରେ ପ୍ରତିଫଳିତ ହୋଇଛି। ଘଟଣାର ସମାଧାନ ସହ ତୁରନ୍ତ ରିଲିଫ୍ ଚାଉଳ ବଣ୍ଟନ ପାଇଁ ଦାବି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS