କଟକ ମହାନଦୀ ବ୍ୟାରେଜ୍ ଡିଭିଜନରେ ନୋଟିସ!*
*ବକେୟା ଟଙ୍କା ପୈଠ ନ ହେବାରୁ କଟକ ଗଣ୍ଡରପୁରସ୍ଥିତ ମହାନଦୀ ବ୍ୟାରେଜ୍ ଡିଭିଜନ*(*ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ*)ପରିସରରେ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି।
ତୁରନ୍ତ ସମସ୍ତ ବକେୟା ଦେୟ ଓ ଖର୍ଚ୍ଚ ଅର୍ଥ କୋର୍ଟରେ ପୈଠ ନ କଲେ ଜବତ ହୋଇଥିବା ସମସ୍ତ ସମ୍ପତ୍ତି ନିଲାମ କରାଯିବ।
ସିଭିଲ୍ ଜଜ୍ (ବାଣିଜ୍ୟିକ ଅଦାଲତ)ଙ୍କ ନିର୍ଦ୍ଦେଶକ୍ରମେ ୩୧ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କାର ଆଦାୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅଧୀକ୍ଷଣ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ରେକର୍ଡ ରୁମ୍ ଥିବା କୋଠାଗୁଡ଼ିକୁ ନିଷେଧାଦେଶ ପରିସରଭୁକ୍ତ କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହସ୍ତାନ୍ତର ବା ବିକ୍ରି ଉପରେ କୋର୍ଟ ରୋକ ଲଗାଇଛନ୍ତି।*ର
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment