*ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ଗ୍ରାମ୍ୟ ଉର୍ନ୍ନୟନ ମନ୍ତ୍ରୀ*
ବଲାଙ୍ଗୀର -): ବଲାଙ୍ଗୀର ସଦର ମହକୁମା ପଥର ଚେପା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ସମାରୋହରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଜୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଥିବାବେଳେ ଏହି ଅବସରରେ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତିରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ବଣ୍ଟନ କରାଯାଇଛି।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ 'ସମସ୍ତଙ୍କ ପାଇଁ ଆବାସ' ସଂକଳ୍ପକୁ ସାକାର କରିବା ଦିଗରେ ଦେଶ ଆଗେଇ ଚାଲିଛି। ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷରୁ ଉର୍ଦ୍ଧ୍ଵ ଗ୍ରାମୀଣ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା 'ଅନ୍ତ୍ୟୋଦୟ ଗୃହ ଯୋଜନା' ମାଧ୍ୟମରେ ଆବାସରୁ ବଞ୍ଚିତ ଯୋଗ୍ୟ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇ ଥିବାବେଳେ ଏହି ଯୋଜନାରେ ୨.୨୫ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ୧.୪୭ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।ସେହିପରି ବଲାଙ୍ଗୀର ଜିଲ୍ଲାରେ PMAY-G ଯୋଜନା ଅଧୀନରେ ୧ଲକ୍ଷ ୭୬ହଜାର ୪୪୧ଟି ପରିବାର ପାଇଁ ଘର ମଞ୍ଜୁର ହୋଇଥିବା ବେଳେ ୧ଲକ୍ଷ ୬୯ହଜାର ୧୦୯ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ବଲାଙ୍ଗୀର ଜିଲ୍ଲାରେ ୧୦ହଜାର ୫୮୨ଟି ଘର ମଞ୍ଜୁର ହୋଇଥିବା ବେଳେ ୭ହଜାର ୧୩୩ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।ଏହା ସରକାର ଙ୍କ ଲକ୍ଷ୍ୟ କେବଳ ଘର ନିର୍ମାଣ ନୁହେଁ, ବରଂ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସୁରକ୍ଷା, ସମ୍ମାନ, ସ୍ୱାଭିମାନ ଓ ଏକ ସୁନ୍ଦର ଭବିଷ୍ୟତ ପ୍ରଦାନ କରିବା।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମାନ୍ୟବର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ, ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଏବଂ ମାନ୍ୟବର ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନଙ୍କ ବଲାଙ୍ଗୀର ଜିଲ୍ଲାପାଳ ଶିବାଜୀ ଇଶଲୱାର ସମେତ ବହୁ ଜନପ୍ରତିନିଧି,ଭାଜପା କାର୍ଯ୍ୟକର୍ତ୍ତା ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment