ଜଣେ ସ୍ୱାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଜିଲ୍ଲାର ସବୁ ସ୍ୱାମ୍ବାଦିକ ହେଲେ ଏକଜୁଟ।
ଖୁଣ୍ଟା - ବଡ଼ ନିନ୍ଦନୀୟ, ଦୁଃଖ ଏବଂ ପରିତାର ବିଷୟ। ଓଡିଶାରେ ଦିନକୁ ଦିନ ସ୍ୱାମ୍ବଦିକ ମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଯାହା ଓଡିଶାର ଡବଲ ଇଞ୍ଜିନ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ସୂଚନା ଦେଉଛି। ଯଦି ସ୍ୱାମ୍ବଦିକ ମାନେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ ? ଗତ କିଛି ଦିନ ତଳେ ମୟୁରଭଂଜ ଜିଲ୍ଲାର ଝରପୋଖୋରିଆ ସ୍ୱାମ୍ବଦିକ କ୍ଷିରୋଦ କୁମାର ଦାସଙ୍କ ଉପରେ ବାଲି ମାଫିଆଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ବାଲି ମାଫିଆଙ୍କ ବିରୋଧରେ ଝାରପୋଖୋରିଆ ଥାନାରେ ଏତଲା ଦିଆ ଯାଇଥିଲା। ପୋଲିସ ଅଭିଯୁକ୍ତ ଆସାମୀକୁ ଗିରଫ କରିବା ପରିବର୍ତ୍ତେ ଘୋଣ୍ଟଘୋଡାଇ ସୁରକ୍ଷା ଦେଇଥିଲା। ସବୁ ଅଞ୍ଚଳରେ ଏଭଳୀ କୁତ୍ସିତ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ଯାହା ଫଳରେ ସ୍ୱାମ୍ବାଦିକ ମାନେ ଏକଜୁଟ ହୋଇ ଡି ଆଇ ଜି, ଏସ ପି ସମସ୍ତଙ୍କୁ ଅଭିଯୋଗ କରିଥିଲେ।ଥାନା ଘେରାଉ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଡାକରା ଦିଆ ଯାଇଥିଲା। ସେତେବେଳେ ତତଲା କାଟିଲା ଥାନା ଅଧିକାରୀଙ୍କୁ। ପୋଲିସ ବାଲି ଚୋର ମାଫିଆ ଆସାମୀକୁ ସୁରକ୍ଷା ଦେଇ, ମନମୁଖି ଦଫା ଲଗାଇ ଚୁପ୍ ଚାପ୍ ଗିରଫଦାରୀ କରି କୋର୍ଟ ଚାଲାଣ କରିଥିଲା । କେହି ଜାଣି ପାରିଲେ ନାହିଁ। ଆସାମୀ ଜାମିନରେ ଘରକୁ ଫେରିଲା। ଚିନ୍ତା ଭାବନାର ବିଷୟ। ଚୋର ମାଫିଆ ମାନଙ୍କ କଳା ଟଙ୍କାର କରାମତି କେତେ ? ଏଭଳି ଦୁର୍ନୀତିଖୋର ଥାନା ଅଧିକାରୀଙ୍କୁ ସ୍ୱାମ୍ବାଦିକ ମାନେ କେବେ କ୍ଷମା କରିବେ ନାହିଁ।ଲୋକେ କେତେ ଭରସା ବିଶ୍ୱାସ କରି ସରକାର ପରିବର୍ତ୍ତନ କରିଥିଲେ, କଣ ଏଭଳି ଦିନ ଦେଖିବାକୁ ? ଏ ଘଟଣାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବୀ କରି, ଜିଲ୍ଲାର ସମସ୍ତ ସ୍ୱାମ୍ବାଦିକ ମାନେ ଏକତ୍ରିତ ହୋଇ, ମୟୁରଭଂଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ଜଣେ ସ୍ୱାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ସମସ୍ତ ସ୍ୱାମ୍ବାଦିକଙ୍କ ପାଇଁ ଚେତାବନୀ। ସ୍ୱାମ୍ବାଦିକଙ୍କ ଏକତା ପ୍ରଦର୍ଶନ ଜିଲ୍ଲା ପ୍ରଶାସନକୁ ଛାନିଆ କରିଛି। ଆଉ ନିସ୍ତାର ନାହିଁ କାହାରି। ସ୍ୱାମ୍ବଦିକ ମାନଙ୍କ ଯୁଦ୍ଧଙ ଦେହି ଡାକରା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment