ଗଣିଆରେ ୧୨ ସୁଦ୍ଧା ୮୭ ପ୍ରତିଶତ ମତଦାନ
ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ଜଣାପଡିଛି । ଦିନ ୧୨ ଘଟିକା ସୁଦ୍ଧା ଗଣିଆରେ ୮୭ ପ୍ରତିଶତ ମତଦାନ ହୋଇଥିବା କଲେଜ ସୂତ୍ରରୁ ଜଣାପଡିଛି । ଗଣିଆ କଲେଜରେ ସର୍ବମୋଟ ୪୨୪ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ୩୬୦ ଜଣ ମତଦାନ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ୧୪୨ ଜଣ ପାଠ ପଢୁଥିବା ବେଳେ ୧୧୮ ଜଣ ଭୋଟ ଦେଇଛନ୍ତି । ସେହିପରି ଦ୍ବିତୀୟ ବର୍ଷରେ ୧୨୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ୧୦୫ ଜଣ ଭୋଟ ଦେଇଛନ୍ତି । ତୃତୀୟ ବର୍ଷରେ ୧୬୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ୧୩୭ ଜଣ ଭୋଟ ଦେଇଛନ୍ତି । ଏସଡିପିଓ ସରୋଜ କୁମାର ସାହୁ, ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଖଣ୍ଡପଡ଼ା ଥାନା ଅଧିକାରୀ କୃତିବାସ ହରିଚନ୍ଦନ,ଏସଆଇ ଶ୍ୟାମସୁନ୍ଦର ପ୍ରଧାନ,ଫତେଗଡ ଥାନା ଏଏସଆଇ ଦେବାଶିଷ ସେଠୀ,କୋସ୍କା ଫାଣ୍ଡି ଏଏସଆଇ ଜୟଦେବ ରଣା ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଛନ୍ତି । ଭୋଟଦାନ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୫ଟା ବେଳକୁ ଗଣତି ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଖିଳ କୁମାର ହୋତା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment