କୁମ୍ଭାରପାଲିରେ ଚକ୍ଷୁ ପରୀକ୍ଷା ଶିବିର, ୬୦ ଛାତ୍ରଛାତ୍ରୀ ଉପକୃତ
ବ୍ରହ୍ମପୁର: ଲାୟନ୍ସ କ୍ଲବ୍ ଅଫ୍ ବ୍ରହ୍ମପୁର ଡାଇମଣ୍ଡ ଓ ଏଲ୍.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ କୁମ୍ଭାରପାଲି ସରକାରୀ ୟୁପି ସ୍କୁଲରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍ର ଦ୍ୱିତୀୟ ଉପଜିଲ୍ଲା ଗଭର୍ଣ୍ଣର (VDG-II) ଲାୟନ୍ ଡା. ସଙ୍ଗୀତା ବାବୁ ଓ କ୍ଲବ୍ ସଭାପତି ଲାୟନ୍ ଡା. ବିଜୟ କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ। କ୍ଲବ୍ର ସଦସ୍ୟ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କର୍ମଚାରୀ ତଥା ଏଲ୍.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇ ଶିବିରର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment