ବାବୁଙ୍କ ହାତରେ ସହରର ଡୋରି: ସ୍ୱାୟତ୍ତ ଶାସନ ଦିବସରେ ବଡ଼ ପ୍ରଶ୍ନ, କେବେ ହେବ ନୂତନ ଭାବେ ଗଠିତ ହୋଇଥିବା ବଡମ୍ବା ସମେତ ୩୬ ବିଜ୍ଞପିତ ଅଞ୍ଚଳ (NAC)ର ନିର୍ବାଚନ?
ସାରା ରାଜ୍ୟରେ ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ । ଉତ୍ସବର ଏହି ମାହୋଲ ଭିତରେ କିନ୍ତୁ ଏକ ବଡ଼ ବିଡ଼ମ୍ବନା ରାଜ୍ୟରେ ନୂତନ ଭାବେ ଗଠିତ ହୋଇଥିବା ଛୋଟ ସହରାଞ୍ଚଳ (NAC) ର ବ୍ୟବସ୍ଥାକୁ ଉପହାସ କରୁଛି । ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ପାଇଁ ନିର୍ବାଚିତ ଲୋକ ପ୍ରତିନିଧି ହିଁ ନାହାନ୍ତି ।
ଗଣତାନ୍ତ୍ରିକ ପ୍ରକ୍ରିୟା ଠପ୍ ହୋଇ ରହିଥିବା ବେଳେ ଶାସନର ସମସ୍ତ ଡୋରି ଏବେ ଅଫିସରମାନଙ୍କ ହାତରେ କେନ୍ଦ୍ରୀଭୂତ । ଫଳରେ ସ୍ୱାୟତ୍ତ ଶାସନ ଦିବସରେ ସାଧାରଣ ନାଗରିକଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଏହି ୩୬ ଟି ନୂତନ ବିଜ୍ଞପିତ ଅଞ୍ଚଳର (NAC) ରେ କେବେ ହେବ ନିର୍ବାଚନ?
ଉଲ୍ଲେଖ ଯୋଗ୍ଯ ଏହିକି ଯେ ନୂତନ ଭାବେ ଗଠିତ ୩୬ଟି ବିଜ୍ଞପିତ ଅଞ୍ଚଳ ପରିଷଦ (NAC)ରେ ନିର୍ବାଚନୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ମନ୍ଥର ପଡ଼ିଯାଇଛି । ପ୍ରାୟ ତିନି ମାସ ତଳୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ଲୋକଙ୍କ ସ୍ୱାର୍ଥ ଓ ସହରର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତି ଏକାନ୍ତ ଜରୁରୀ । ତେଣୁ ସ୍ୱାୟତ୍ତ ଶାସନ ଦିବସର ଆଡ଼ମ୍ବରପୂର୍ଣ୍ଣ ସଭା-ସମିତିରୁ ବାହାରି ସରକାର ଏହି ସହରଗୁଡ଼ିକରେ କେବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଫେରାଇ ଆଣୁଛନ୍ତି, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment