BREAKING
Loading...
:

କେଦାରନାଥ ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି, ୨ ଗିରଫ ।

 



କେଦାରନାଥ ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି, ୨ ଗିରଫ ।

ବରଗଡ଼,

ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କେଦାରନାଥ ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଗତ ରାତି ପ୍ରାୟ ୧୧ଟା ୫୦ରେ ଅଭିଯୁକ୍ତମାନେ ମନ୍ଦିରରେ ପଶି ତ୍ରିଶୂଳ ସାହାଯ୍ୟରେ ଦାନବାକ୍ସର ତାଲା ଭାଙ୍ଗି ନଗଦ ଟଙ୍କା ଚୋରି କରିଥିବା ପୁଲିସ କହିଛି।

ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଅମ୍ବାଭୋନା ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା। ଘଟଣାରେ ଲବ ଡୁଙ୍ଗୁରୀ (୩୬) ଓ ଅଧିକାରୀ ସାହୁ (୫୫)ଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩,୪୨୦ ଟଙ୍କା ଜବତ ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS