ଖାଲିଥିବା ରଷେଇ ହେଲ୍ପର ପଦବୀ କୁ ନେଇ ଗାଁ ଲୋକେ ଦେଲେ ଦାବିପତ୍ର I
ବନ୍ଧୁଗାଁ , ବନ୍ଧୁଗାଁ ବ୍ଲକ କାପଲଡ଼ା ପଞ୍ଚାୟତ ର କତାବାଲଶା ଗ୍ରାମର ୨ ନମ୍ବର ୱାର୍ଡ ରେ ଆଜକୁ ପ୍ରାୟ ଦୁଇ ବର୍ଷ ବିତିଲାଣି ଗୋଟିଏ ଅଙ୍ଗନ ବାଡ଼ି କର୍ମୀଙ୍କ ଦ୍ୱାରା ହିଁ ଅଙ୍ଗନ ବାଡ଼ି କେନ୍ଦ୍ର ଚାଲିଚି I ଏହି ୨ ନମ୍ବର ୱାର୍ଡ ଠାରେ ରଷଇଆ ହେଲ୍ପର ପଦବୀ ଖାଲି ପଡିଛି I ବହୁବର୍ଷ ଧରି ଏହି ଖାଲି ପଡିଥିବା ପଦବୀ ପାଇଁ ବନ୍ଧୁଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ଦ୍ୱାରା ଖୋଜା ଚାଲିଚି କିନ୍ତୁ ସେହି ଗ୍ରାମର ୨ ନମ୍ବର ୱାର୍ଡ ଠାରେ ପାଠ ପଢିବା ପରି କୌଣସି ରୋଷେଇଆ ହେଲ୍ପର ପାଉନଥିବା ଜାଣିବାକୁ ମିଳିଛି I ଉକ୍ତ ଖାଲି ଥିବା ପଦବୀ ପାଇଁ ଗ୍ରାମ ଲୋକଙ୍କ ବୟାନ କି ଆମ ଗାଁର ଆମ ୱାର୍ଡ ର ବହୁ କିମ୍ଭା ଝିଅ ହିଁ ପାଇବେ ତା ବ୍ୟତୀତ ଆଉ କାହାକୁ ଏହି ପଦବୀ ଦିଆନଯିବା ପାଇଁ ଓ ଚଳିତ ବର୍ଷ ଆମ ୱାର୍ଡର ଗୁଡ଼ାଏ ପିଲା ପାଠ ପଢା ଶେଷ ହବ ଓ ସେମାନଙ୍କୁ ଏହି ଖାଲି ପଦବୀକୁ ବାହାର ନ କରି ପିଲାଙ୍କ ପାଠ ପଢା ଶେଷ ପରେ ରହିଥିବା ଖାଲି ପଦବୀ ବାହାର କରାଯାଉ ଓ ଆମ ୱାର୍ଡ ପିଲା ହିଁ ପାଇଲେ ଆମ ୱାର୍ଡ ର ଅଙ୍ଗନ ବାଡ଼ି ଜେନ୍ଦ୍ରର ଶିଶୁ ମାନେ ଉଚିତ ଖାଦ୍ୟ ର ସୁବିଧା ପାଇ ପାରିବେ ବଲି କତାବାଲଶା ଗ୍ରାମର ୨ ନମ୍ବର ୱାର୍ଡ ର କିଛି ପୁରୁଷ ଓ ମହିଳା ବନ୍ଧୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କୁ ଯାଇ କାର୍ଯ୍ୟାଳର ଅଧିକାରୀ ଶ୍ରୀମତି ଗୀତାଞ୍ଜଲି ମହାରଣା ଙ୍କୁ ଭେଟି ଲିଖିତ ଭାବରେ ଦାବିପତ୍ର ଦେଇଥିବାର ଦେଖିବାକୁ ମିଳିଛି I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment