ହୋଟେଲ ସମ୍ମୁଖ ଜଙ୍ଗଲ ଜମି ଟ୍ରେଞ୍ଚ ଖୋଲିଲା ବନ ବିଭାଗ।
ପରଜଙ୍ଗ,ଢେଙ୍କାନାଳ।
କୁଆଳୋ ରାଜସ୍ବ ଗ୍ରାମର ପରମହଂସପୁର ଛକ ନିକଟ ୧୪୯ ନମ୍ବର ଜାତୀୟ ରାଜପଥ ଠାରୁ ସୂର୍ଯ୍ୟା ହୋଟେଲ ପର୍ଯ୍ୟନ୍ତ ଜଙ୍ଗଲ କିସମ ଜମିକୁ ହେପାଜତକୁ ନେଇଛି ବନ ବିଭାଗ।
ହୋଟେଲ୍କୁ ଯିବା ପାଇଁ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହୋଇ ଥିବାବେଳେ ଜଙ୍ଗଲ ଜମି ସହ ରାସ୍ତାରେ ବେଆଇନ୍ ପାର୍କି ହେଉଥିଲା।ପାଉଁଶ ଅନଲୋଡିଂ କରାଯାଉଥିବାରୁ ପରିବେଷ ପ୍ରଦୂଷିତ ହେଉଥିଲା
ଏ ନେଇ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନବଲ୍ ଏନ୍ଭରମେଣ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଯାହାର ଶୁଣାଣି କରି ଏନ୍ଜିଟି ତୁରନ୍ତ ଜମିକୁ ନିଜ ହେପାଜତକୁ ନେଇ ଟ୍ରେଞ୍ଚ ଖୋଳି ତାରବାଡ଼ ଦେଇ ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏନଜିଟି ଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ନୀଳାଦ୍ରି ଦଳପତି,ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ,କାମାକ୍ଷନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବନ କର୍ମଚାରୀ ଓ ହାତୀସ୍ଟାଡ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହୋଟେଲ୍ ସମ୍ମୁଖ ଜଙ୍ଗଲ ଜମିରେ ଟ୍ରେଞ୍ଚ୍ ଖୋଳିଦେବା ସହ ତାରବାଡ଼ ଦେଇ ଗଛ ପୋତିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment