ମାଲଗୋଦାମ ପୋଲିସର ବଡ଼ ସଫଳତା
GP କଏଲ ଚୋରି ମାମଲାରେ ୨ ଗିରଫ, ୧୭ ବଣ୍ଡଲ କଏଲ ଜବତ
କଟକ: ମାଲଗୋଦାମ ଥାନା ପୋଲିସ ଏକ ଚୋରି ମାମଲାରେ ୨ ଅଭିଯୁକ୍ତ ଜ୍ୟୋତି ରାଓ ଓ ସୁରେଶ ରାଓଙ୍କୁ ଗିରଫ କରିଛି। ପେଲିଗ୍ରାମ ରୋଡ୍ସ୍ଥିତ ଶଙ୍କର ଷ୍ଟିଲ୍ କର୍ପୋରେସନର ତାଲା ଭାଙ୍ଗି ୮ ବଣ୍ଡଲ GP କଏଲ ଓ ୩୦ ହଜାର ଟଙ୍କା ଚୋରି ଘଟଣାର ତଦନ୍ତ ବେଳେ CCTV ଫୁଟେଜ୍ରୁ ହାତରେ ଥିବା ଟାଟୁ ଚିହ୍ନ ଆଧାରରେ ଜ୍ୟୋତିଙ୍କୁ ଚିହ୍ନଟ କରାଯାଇଥିଲା।
ପରେ ଉଭୟଙ୍କ ସୂଚନା ଆଧାରରେ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ପାଟିପୁରରୁ ୧୭ ବଣ୍ଡଲ GP କଏଲ ଓ OD-05-AK-0496 ନମ୍ବର ଅଟୋରିକ୍ସା ଜବତ ହୋଇଛି। ଏହି ଅଭିଯୁକ୍ତମାନେ ପୂର୍ବରୁ ଲେଙ୍କା ଷ୍ଟିଲ୍ସରୁ GP କଏଲ ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment