ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର
ବ୍ରହ୍ମପୁର, -: ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ୍କୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ, ନୂଆଦିଲ୍ଲୀ ପକ୍ଷରୁ ‘ଜାତୀୟ ଦକ୍ଷତା ପୁରସ୍କାର’ ପ୍ରଦାନ କରାଯାଇଛି।
ସେପ୍ଟେମ୍ବର ୨୨ ତାରିଖରେ(ଗତକାଲି) ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।
ଆଖୁଚାଷୀଙ୍କ ସହଯୋଗ, ଉନ୍ନତ କୃଷି ପ୍ରଣାଳୀର ପ୍ରୟୋଗ, ଆଖୁ ପରିବହନରେ ସହାୟତା, ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ସାମାଜିକ ଓ କଲ୍ୟାଣମୂଳକ ପଦକ୍ଷେପ ଆସିକା ସମବାୟ ଚିନିଶିଳ୍ପର ଏହି ସଫଳତାର ପ୍ରମୁଖ ଆଧାର ହୋଇଛି।
ଏହି ଜାତୀୟ ପୁରସ୍କାର ଆସିକା ସମବାୟ ଚିନିଶିଳ୍ପ ସହ ଜଡ଼ିତ ଆଖୁଚାଷୀ, କର୍ମଚାରୀ ଓ ଅନ୍ୟ ସମସ୍ତ ଅଂଶୀଦାରଙ୍କ ମନରେ ଖୁସି ଆଣିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment