BREAKING
Loading...
:

ନିଷ୍କାସନ ହୋଇପାରୁନି ବର୍ଷାଜଳ।ଜାତୀୟ ରାଜପଥରେ ସୃଷ୍ଟି ହେଉଛି କୃତ୍ରିମ ହ୍ରଦ। ଢେଙ୍କାନାଳ।

 ନିଷ୍କାସନ ହୋଇପାରୁନି ବର୍ଷାଜଳ।ଜାତୀୟ ରାଜପଥରେ ସୃଷ୍ଟି ହେଉଛି କୃତ୍ରିମ ହ୍ରଦ। ଢେଙ୍କାନାଳ।



          ଢେଙ୍କାନାଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କୋରିଆଁ ବାଇପାସ୍ ଓଭରବ୍ରିଜ୍ ତଳେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମୁଛି ପାଣି। ତା ଭିତରେ ସ୍କୁଲ ବସ୍,ଆମ୍ବୁଲାନ୍ସ ଓ ସାଧାରଣ ଯାତ୍ରୀ ତଥା ଗାଡ଼ିମୋଟର ଯାତାୟାତ ବେଳେ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ।ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି।ଏବେ ଅର୍ଣ୍ନବ ବାତ୍ୟା ପ୍ରଭାବରେ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳ ଜଳମଗ୍ନ ହେବା ସହ ବ୍ରିଜ ତଳଟି ଉଭୟ ପଟକୁ ବାଇପାସ୍ ରାସ୍ତା ହୋଇଥିବାରୁ ସମସ୍ତ ଯାତ୍ରୀ ଓ ଗାଡ଼ିମୋଟର ପାଣି ଭିତରେ ପଶି ଯିବା ଆସିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଥିଲା।ସଂପୃକ୍ତ ଅଞ୍ଚଳଟି ଖାଲୁଆ ହୋଇଥିବାରୁ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଥିବା ମତପ୍ରକାଶ ପାଇଥିବା ବେଳେ ପ୍ରଶାସନ ସେଥିପ୍ରତି ଉଦାସୀନ ରହିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS