BREAKING
Loading...
:

ଦିଲ୍ଲୀରେ ଚମକିଲେ ସମ୍ବଲପୁର ପୁଅ, ସମାଜସେବା ପାଇଁ ପାଇଲେ 'ଅନ୍ତୋଦୟ ମିତ୍ର ସମ୍ମାନ-୨୦୨୬'

 ଦିଲ୍ଲୀରେ ଚମକିଲେ ସମ୍ବଲପୁର ପୁଅ, ସମାଜସେବା ପାଇଁ ପାଇଲେ 'ଅନ୍ତୋଦୟ ମିତ୍ର ସମ୍ମାନ-୨୦୨୬'



ସମ୍ବଲପୁୂର,


ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲର ଯୁବ ପ୍ରତିଭା ସୌମ୍ୟରଞ୍ଜନ ବଡ଼ପଣ୍ଡା ନୂଆଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଦ ଥିଙ୍କର୍ସ ଗ୍ରୁପ୍ ଓ ଅନ୍ତୋଦୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ 'ଅନ୍ତୋଦୟ ମିତ୍ର ସମ୍ମାନ-୨୦୨୬' ପ୍ରଦାନ କରାଯାଇଛି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସମାଜ କଲ୍ୟାଣ ଓ ଜନସେବାରେ ସକ୍ରିୟ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇଛି। ଖଲିଆପାଲି ଗ୍ରାମର ବିଶ୍ୱରଞ୍ଜନ ଓ କଲ୍ୟାଣୀ ବଡ଼ପଣ୍ଡାଙ୍କ ପୁଅ ସୌମ୍ୟରଞ୍ଜନ ବର୍ତ୍ତମାନ ଶ୍ରୀଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ 'ନରେନ୍ଦ୍ରାରୋହଣ ମହାକାବ୍ୟ' ଉପରେ ଗବେଷଣା କରୁଛନ୍ତି। ଛାତ୍ରଜୀବନରୁ ସମାଜସେବାରେ ସକ୍ରିୟ ସୌମ୍ୟ ୨୦୨୪ରେ ବିଶ୍ୱବିଦ୍ୟାଳୟର ପ୍ରଥମ ଓଡ଼ିଆ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ସେ ଦିଲ୍ଲୀରେ ଓଡ଼ିଆ ରୋଗୀଙ୍କୁ ସହଯୋଗ, ୧୮ ୟୁନିଟ୍ ରକ୍ତ ଓ ୪ ୟୁନିଟ୍ ପ୍ଲାଟଲେଟ୍ ଦାନ କରିଛନ୍ତି ଏବଂ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ 'ସକ୍ଷମ'ରେ ପଞ୍ଜୀକରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମନୋଜ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନ ପାଇ ସୌମ୍ୟ ଏହାକୁ ନିଜ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS