BREAKING
Loading...
:

ଜିଲ୍ଲାସ୍ତରୀୟ ଏଡ଼ସ କୁଇଜ୍ ପ୍ରତିଯୋଗିତା

 ଜିଲ୍ଲାସ୍ତରୀୟ ଏଡ଼ସ କୁଇଜ୍ ପ୍ରତିଯୋଗିତା ସମାପ୍ତ"।





ନୟାଗଡ (ମଣିଭଦ୍ରା ଖବର) ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଭୁବନେଶ୍ୱର ଏବଂ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱରର ତଥାନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ଆଜି ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡ଼ସ ନିୟନ୍ତ୍ରଣ ସମିତିର ପରିଚାଳକ ଜିଲ୍ଲାଙ୍କ ପ୍ରତ୍ୟକ୍ଷ ତ୍ଵତାବଧାନରେ ଜିଲ୍ଲା ସ୍ତରୀୟ ଏଡ଼ସ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ଆୟୋଜନ ହୋଇଯାଉଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୮ଗୋଟି ବ୍ଲକରୁ ମନୋନୀତ ହୋଇଥିବା ୧୬ଜଣ ପ୍ରତିଯୋଗୀ ମଧ୍ୟରୁ ୧୪ ଜଣ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଶରତ କୁମାର ଦାସ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ନୟାଗଡ଼ ,ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ,ଜିଲ୍ଲା ମୁଖ୍ୟ ପରିଚାଳକ   ଓସାକ,(OSACS),ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ସନ୍ୟାସୀ ପ୍ରଧାନ ଏବଂ ନୟାଗଡ଼ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀ ପ୍ରତାପ କୁମାର ପରିଡ଼ା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରୀବନ୍ତଦେଇପୁର ,ଜିଲ୍ଳା ଆଇସିଡିସି ସୁପରଭାଇଜଅର୍ ଶ୍ରୀମତୀ କଲ୍ପନା ନାୟକ,ଉପସ୍ଥିତ ଥିଲେ  । ସ୍ୱାସ୍ଥ୍ୟ ବିଭାଗ(OSACS)ର ନିୟମ ଅନୁସାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରୁ କେବଳ ଦୁଇ ଜଣ ରାଜ୍ୟ ସ୍ତରକୁ  ମନୋନୀତ ହେବେ ବୋଲି ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ,ଜିଲ୍ଲା ମୁଖ୍ୟ ପରିଚାଳକ   ଓସାକ,(OSACS), ସୂଚନା ଦେଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଜିଲ୍ଲା ସ୍ତରୀୟ ଆର୍ଥିକ ପୁରସ୍କାର ପ୍ରଦାନ ସହ ପ୍ରମାଣପତ୍ର ପ୍ରଦାନ ସହ ମଧ୍ୟାହ୍ନ ଭୋଜନ ହୋଇଥିଲା। ସେମାନେ ରାଜ୍ୟ ଓ ଜାତୀୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ଛାତ୍ର ଛାତ୍ରୀଙ୍କ ନାମ ପତ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗକୁ ଜଣାଇବେ ପାଇଁ  ସୂଚନା ଦେଇଛନ୍ତି।


ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS