BREAKING
Loading...
:

ପେନସନର୍ସ ବିରୋଦ୍ଧୀ ଭ୍ୟାଲିଡେଶନ ଆକ୍ଟ ପ୍ରତ୍ୟାହାର ପାଇଁ ବ୍ରହ୍ମପୁର ସାଂସଦଙ୍କୁ ସ୍ମାରକ ପତ୍ର

 



ପେନସନର୍ସ ବିରୋଦ୍ଧୀ ଭ୍ୟାଲିଡେଶନ ଆକ୍ଟ ପ୍ରତ୍ୟାହାର ପାଇଁ ବ୍ରହ୍ମପୁର ସାଂସଦଙ୍କୁ ସ୍ମାରକ ପତ୍ର 

---------------------------------------------------------

ବ୍ରହ୍ଣପୁର, 10-09

  ପାର୍ଲିଆମେଣ୍ଟରେ ପାରିତ ହୋଇଯାଇଥିବା ଅଷ୍ଟମ ବେତନ କମିଶନ ପ୍ରସ୍ତାବରେ ସମସ୍ତ ରାଜ୍ୟ ଅଵସର ପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପ୍ରଦାନ ହିରୁଦ୍ଧରେ ଭ୍ୟାଲିଡେସନ ଆକ୍ଟକୁ ସଂସଦରେ ପ୍ରତ୍ୟାହାର ପାଇଁ ମାନ୍ୟବର ବ୍ରହ୍ମପୁର ସାଂସଦଙ୍କୁ ଓଡିଶା ସେବାନିବୣତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲା ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଗୁରୁବାର ଦିନ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁରର ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସମୟରେ ସେବାନିବୣତ୍ତ ବିକାଶ ମଞ୍ଚ ତରଫରୁ ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା,ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ଅଶକ କୁମାର ଦଳେଇ, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ  ସାହୁ ପ୍ରତିନିଧି ମଣ୍ଡଳରେ ଯାଇ ସାଂସଦ ଡ.ପ୍ରଦୀପ କୁମାର ସାହୁଙ୍କୁ ସାକ୍ଷାତ କରି 01-01-2026 ତାରିଖ ପୂର୍ବରୁ ଅବସର ନେଇଥିବା ରାଜ୍ୟ ପେନସନର୍ସ ମାନଙ୍କୁ ଅଷ୍ଟମ ଦରମା କମିଶନରୁ ବଞ୍ଚିତ କରାଯିବା ପାଇଁ ମାର୍ଚ୍ଚ 2025 ର ଅର୍ଥ ବିଲ୍ ସହ ଏକ ଭ୍ୟାଲିଡେସନ ଆକ୍ଟ ପାର୍ଲାମେଣ୍ଟରେ ପାରିତ କରି ନିଆଯାଇଛି ବୋଲି ଅବହିତ କରିଥିଲେ | ଫଳରେ  କୋଟି କୋଟି ପେନସନର୍ସ ମାନଙ୍କ ଅର୍ଥ ନୈତିକ ଅସଙ୍ଗତି ସୣଷ୍ଟି ହେବାର ଆଶଙ୍କା ସୣଷ୍ଟି ହୋଇଛି | କେନ୍ଦ୍ରୀୟ ସଂଗଠନର ନିର୍ଦ୍ଦେଶ ପ୍ରକାରେ ଦେଶର ସମସ୍ତ ସାସଂଦଙ୍କୁ ଉକ୍ତ ଭ୍ୟାଲିଡେସନ ଆକ୍ଟ ପ୍ରତ୍ୟାହାର କରିବା ଉଦ୍ଦ୍ୟଶରେ ସରକାରଙ୍କ ଠାରେ ଚାପ ପକାଇବା ପାଇଁ ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରାଗଲା | ମାନ୍ୟବର ସାଂସଦ ଏଥି ପ୍ରତି ଦୣଷ୍ଟି ଦେବେ ବୋଲି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶୃତି ଦେଇଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS