BREAKING
Loading...
:

ମା ଓ ଶିଶୁଙ୍କ ପୁଷ୍ଟି ଉପରେ ଗୁରୁତ୍ୱ

 ମା ଓ ଶିଶୁଙ୍କ ପୁଷ୍ଟି ଉପରେ ଗୁରୁତ୍ୱ 



ପୋଷଣ ମାସରେ ଅଙ୍ଗନ କା ଉତ୍ସବ


ପାଇକବୋରି ସମେତ ବନ୍ଧପାରୀ ସେକ୍ଟରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ


କଳାହାଣ୍ଡି,ଲାଞ୍ଜିଗଡ, କୁପୋଷଣମୁକ୍ତ ରାଷ୍ଟ୍ର ଗଠନ ଦିଗରେ ମାତୃ ସ୍ୱାସ୍ଥ୍ୟ, ଶିଶୁ ପୁଷ୍ଟି ଓ ଉପଯୁକ୍ତ ଯତ୍ନ ପ୍ରଣାଳୀ ସମ୍ପର୍କରେ ସମ୍ପ୍ରଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ମାସ ପାଳନ କରାଯାଉଛି। ଏହି ଅବସରରେ ଲାଞ୍ଜିଗଡ ବ୍ଲକର ବନ୍ଧପାରୀ ସେକ୍ଟରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ ପାଳିତ ହୋଇଯାଇଛି।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିରୁପମା ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ଧପାରୀ ସେକ୍ଟର ଅଧୀନ ପାଇକବୋରି, କାନକୁଟରୁ, କନ୍ଧବୋରି, ବାରଗୁଡା, ମଟକେରା,ଦେହେଡା, କୁମାରପଡା, ,ଖଜୁରୀଗୁଡା,, କୁଟୂରୁଗୁଡା, କୁବୁରି, ଦଙ୍ଗାଜୋର, ବାଲିସରା ଓ ବନ୍ଧପାରୀ ଆଦି ଅଙ୍ଗନବାଡି କେନ୍ଦ୍ରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା।

ପାଇକବୋରି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଚଞ୍ଚଳା ସାହୁଙ୍କ ତତ୍ତ୍ୱାବଧାନରେ ଗାଁର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଘରେ ସହଜରେ ଉପଲବ୍ଧ ହେଉଥିବା ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା। ସନ୍ତୁଳିତ ଖାଦ୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ଶିଶୁଙ୍କ ଉପଯୁକ୍ତ ଯତ୍ନ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଲିଲି ମହାପାତ୍ର, ନାଏବ ସରପଞ୍ଚ ସଂଯୁକ୍ତା ବିଭାର, ଆଶାକର୍ମୀ ଓଷେକ ନାଗ, ପୂର୍ବତନ ୱାର୍ଡ ସଦସ୍ୟ ସୁକାନ୍ତି ମାର୍ଥା ଓ ବିଶିଷ୍ଟ ସମାଜସେବୀ ମଳୟ ବିଭାର ଯୋଗଦେଇଥିଲେ। ସେମାନେ ପ୍ରଦର୍ଶିତ ବିଭିନ୍ନ ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିବା ସହ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ମହିଳା ଓ କିଶୋରୀମାନଙ୍କୁ ବୁଝାଇଥିଲେ।

ବିଶେଷକରି ସ୍ଥାନୀୟ ଭାବେ ମିଳୁଥିବା ଶସ୍ୟ, ଡାଲି, ପନିପରିବା, ଶାଗସବୁଜି ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ୱାରା ମା’ ଓ ଶିଶୁଙ୍କ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିହେବ ବୋଲି କୁହାଯାଇଥିଲା। କୁପୋଷଣ ଦୂରୀକରଣରେ କେବଳ ସରକାରୀ ବ୍ୟବସ୍ଥା ନୁହେଁ, ପରିବାର ଓ ସମ୍ପ୍ରଦାୟର ସକ୍ରିୟ ସହଯୋଗ ମଧ୍ୟ ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ବନ୍ଧପାରୀ କ୍ଲଷ୍ଟର ସଂଯୋଜିକା ଯୋଶବନ୍ତି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ତଦାରଖ କରିଥିଲେ.ସହାୟିକା ବିଷ୍ନୁପ୍ରିୟା ଗଉଡ଼ବିଶି ଓ ସସ୍ମିତା ମାଝୀ ସହଯୋଗ କରିଥିଲେ 

ଅଙ୍ଗନବାଡି କେନ୍ଦ୍ରକୁ କେନ୍ଦ୍ର କରି ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ କୁପୋଷଣ ନିରାକରଣରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ ବୋଲି ଉପସ୍ଥିତ ମହଲରେ ଆଶା ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS