BREAKING
Loading...
:

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ

 ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ ।



ବାଲିଗୁଡା, -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଚାରିଛକ ନିକଟରେ ବାଇକ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୨୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜନାବାଡ଼ି ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ ରୋହିତ ପ୍ରଧାନ (୨୯)। ସୂଚନା ଅନୁଯାୟୀ, ରୋହିତ ନିଜ ବାଇକ୍‌ରେ ପଲେ ଗ୍ରାମକୁ ଭଲିବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ଟୁର୍ଣ୍ଣାମେଣ୍ଟ ସରିବା ପରେ ଅପରାହ୍ନରେ ଘରକୁ ଫେରୁଥିବାବେଳେ ଚାରିଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ଫଳରେ ରୋହିତ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ରାସ୍କି ଘାଟି ନିକଟରେ ତାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିଲେ।ସେଠାରୁ ମୃତଦେହକୁ ଦାରିଙ୍ଗବାଡ଼ି ଅଣାଯାଉଥିବା ସମୟରେ ପୋଲିସ ସୂଚନା ପାଇ ଏହାକୁ ଜବତ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦାରିଙ୍ଗବାଡ଼ି ଥାନା ପୋଲିସ ଦୁଇଟି ଗାଡ଼ି ଜବତ କରି ଘଟଣାର ଅଧିକ ତଦନ୍ତ ଅବ୍ୟାହତ ଥିବା ଜଣା ପଡିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS