*ଟ୍ରାଫିକ୍ ପୁଲିସକୁ ଆକ୍ରମଣ ଅଭିଯୋଗରେ ୨ ଗିରଫ, କିଆ କାର୍ ଜବତ*
ନୋ-ଏଣ୍ଟ୍ରି ନିୟମ ଉଲ୍ଲଂଘନ କରି ଡ୍ୟୁଟିରତ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ, ଆକ୍ରମଣ ଓ ହତ୍ୟା ଧମକ ଦେବା ଅଭିଯୋଗରେ ବ୍ରହ୍ମପୁର ଟାଉନ୍ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଏହାସହ ଘଟଣାରେ ବ୍ୟବହୃତ କିଆ କାର୍ ଜବତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗେଟ୍ ବଜାର ଫ୍ଲାଏଓଭର୍ ନିର୍ମାଣ କାମ ଯୋଗୁଁ ବିଶାଳ ଛକ ନିକଟରେ ନୋ-ଏଣ୍ଟ୍ରି ଡ୍ୟୁଟିରେ ଟ୍ରାଫିକ୍ କନଷ୍ଟେବଳ ସୁକୁମାରୀ ମଲ୍ଲିକ ଓ ଆର୍. ସଦାନନ୍ଦ ନିୟୋଜିତ ଥିଲେ। ଅପରାହ୍ନ ପ୍ରାୟ ୩ଟା ୪୦ରୁ ୪ଟା ମଧ୍ୟରେ OD-02-CY-4924 ନମ୍ବରର କିଆ କାର୍ ନୋ-ଏଣ୍ଟ୍ରି ରାସ୍ତାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା।
କନଷ୍ଟେବଳ ସଦାନନ୍ଦ ଗାଡ଼ିକୁ ଅଟକାଇବାରୁ ଗାଡ଼ିରୁ ଜଣେ ବ୍ୟକ୍ତି ଓହ୍ଲାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ମାରିଥିବା ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତମାନେ ବିଶାଳ ମେଗା ମାର୍ଟ ନିକଟ ନୋ-ଏଣ୍ଟ୍ରି ରାସ୍ତାରେ ଯିବାକୁ ଉଦ୍ୟମ କରିଥିବା ବେଳେ କନଷ୍ଟେବଳ ସୁକୁମାରୀ ମଲ୍ଲିକ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ତାଙ୍କୁ ମଧ୍ୟ ଗାଳିଗୁଲଜ ଓ ମାଡ଼ ମରାଯାଇଥିବା ଅଭିଯୋଗ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق