ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ଆଶ୍ରୟ ସ୍ଥଳୀ ପାଲଟିଛି ମଦ୍ୟପ ମାନଙ୍କ ସ୍ଥଳୀ l
ପରଜଙ୍ଗ-: ପରଜଙ୍ଗ,
ସରକାର କୁଟୀ କୁଟୀ ଟଙ୍କା ବ୍ୟୟ ରେ ପ୍ରତି ପଞ୍ଚାୟତ ରୁ ବ୍ଲକ ସଂଯୋଗ ପାଇଁ ସରକାର ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ ଏବେ ଯାହା କି ମୁଖ୍ୟମନ୍ତ୍ରୀ ବସ ନାମରେ ନାମିତ ହୋଇଛି l ଗ୍ରାମାଞ୍ଚଳ ଲୋକଙ୍କ ଗମନା ଗମନ ସୁଦୃଢ ପାଇଁ ପ୍ରତି ପଞ୍ଚାୟତ ଛକ ରେ ଆଶ୍ରୟ ସ୍ଥଳୀ ବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ପ୍ରକଳ୍ପ ଆରମ୍ଭ ହୋଇଥିଲା l ମାତ୍ର ବସ ଷ୍ଟାଣ୍ଡ କିଛି ଦିନ ପୂର୍ବେ ହୋଇଥିବା ବେଳେ ବର୍ତ୍ତମାନ ଦେଖିବାକୁ ମିଳିଛି ତାର ବିକଳ ଚିତ୍ର l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତ ରତ୍ନପୁର ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ପାଲଟିଛି ଅସୁରକ୍ଷିତ ଲୋକଙ୍କ ଆଡା ସ୍ଥଳୀ l କେଉଁଠି ଷ୍ଟିଲ ବାଡ଼ ସବୁ ଖୁଲି ଲୋଟି ନେଲେଣି ତ କେଉଁଠି ଟାଇଲ୍ଲସ ଓ ଇଲେକ୍ଟ୍ରିକ ବୋର୍ଡ ସୋଇଚ ଖୁଲି ନେଇ ଗଲେଣି l ଏଥି ସହିତ ଅସାମାଜିକ ଲୋକ ମଦ ବୋଟଲ ପାଣି ବୋଟଲ ପାନ ଛେପ ପକାଇ ବସ ଷ୍ଟାଣ୍ଡ ପରିବେଶ କୁ ନଷ୍ଟ କରି ସାରିଲେଣି l ଏ ନେଇ ସାଧାରଣ ଯାତ୍ରୀ ଟିଏ ଆଶ୍ରୟ ନବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯାହାକୁ ନେଇ ଜନ ସାଧାରଣ ଙ୍କ ଅସନ୍ତୋଷ ପ୍ରକାଶ ପାଇଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق