BREAKING
Loading...
:

ଗୋଚର ଭୂମିରେ ଶ୍ମଶାନ କିନ୍ତୁ ଶ୍ମଶାନ ଗୃହ କେବେ ?

 



ଗୋଚର ଭୂମିରେ ଶ୍ମଶାନ କିନ୍ତୁ ଶ୍ମଶାନ ଗୃହ କେବେ ?

କାହିଁକି ନାହିଁ ରାସୋଳ ରେ ଶ୍ମଶାନ ଗୃହ ପାଇଁ ସରକାର ଙ୍କର ପ୍ରସ୍ତାବିତ ଜମି ?

ଗୋଚର ଜମିରେ ଭଙ୍ଗା ଘର କରିଛି କିଏ?କାହାର ଟଙ୍କା ହୋଇଛି ଧୂଳିସାତ ?

ସରକାରୀ ସ୍ବୀକୃତି ପ୍ରାପ୍ତ ଶ୍ମଶାନ ପାଇଁ ସ୍ଥାନ ଓ ଶ୍ମଶାନ ଗୃହ ରାସୋଳ ଅଞ୍ଚଳବାସୀଙ୍କ ଦାବି।

ରାସୋଳ,ହିନ୍ଦୋଳ,ଢେଙ୍କାନାଳ।


          ମୃତ୍ୟୁ ଅନିର୍ବାର୍ଯ୍ୟ ଜାତସ୍ୟ ଧ୍ରୁବ ମୃତ୍ୟୁ।ଆମେ ସମସ୍ତେ ଦିନେ ନା ଦିନେ ଇହଧାମ ଛାଡ଼ି ଚାଲିଯିବା।ଜଣେ ମଣିଷ ର ମୃତ୍ୟୁ ପରେ

ଶେଷଯାତ୍ରା ମଧ୍ୟ ସମ୍ମାନ ଓ ମର୍ଯ୍ୟାଦାର ସହିତ ହେବା ଦରକାର। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ,ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ର ରାସୋଳ ଗାଁରେ ପାଖା ପାଖି ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଲୋକ ବସ ବାସ କରୁଥିବା ବେଳେ ଗୋଚର ଭୁଇଁ ରେ ଶବ ସତ୍କାର ନୁହେଁ ତ ମଲା ପରେ ପୋଡା ହୁଏ ମଣିଷ।କଣ ବୁଝିଲେ ଆପଣ ?ହଁ ଠିକ୍ ବୁଝିଲେ,ମଲା ପରେ ରାସୋଳ ବାସୀଙ୍କ ଶବ କୁ ମିଳୁନି ସମ୍ମାନ।ପରିତ୍ୟକ୍ତ ପଡିଆ ରେ ହୁଏ ଶବଦାହ।ରାସୋଳ ମୁଣ୍ଡା ବନ୍ଧ ପାଖରେ ଏହି ଗୋଚର ଭୁଇଁ ଟି ନା ସରକାର ଙ୍କର ଶ୍ମଶାନ ପାଇଁ ପ୍ରସ୍ତାବିତ ଜମି ନା ସରକାର ଙ୍କର ସ୍ଵୀକୃତି ପ୍ରାପ୍ତ ସ୍ଥାନ ? ତେବେ ବି ଏହା ରାସୋଳ ଗାଁ ର ଶ୍ମଶାନ କାହିଁ କେଉଁ ଯୁଗରୁ।

          ଅତି ପରିତ୍ୟକ୍ତ ସ୍ଥାନରେ ଝାଡ ଜଙ୍ଗଲ ଭିତରେ ମାଳ ମାଳ ସମାଧି ପୀଠ କିନ୍ତୁ ସରକାରୀ କାଗଜ ପତ୍ର ରେ ଶ୍ମଶାନ ସ୍ଥଳ ବୋଲି ବୋଧେ ନାହିଁ ରେକର୍ଡ।ତେବେ ରେକର୍ଡ ନଥାଇ କିଏ କରିଛି ଏକ ଅଧା ପନ୍ତରିଆ ଶ୍ମଶାନ ଗୃହ?ଗୃହ ଟି ବହୁଦିନ ହେଲାଣି ଅର୍ଦ୍ଧନିର୍ମିତ ଅବସ୍ଥା ରେ ଚତୁଃପାର୍ଶ୍ଵରେ ଭିତରେ ଅନାବନା ଝାଡ଼ ଜଙ୍ଗଲ ରେ ଭର୍ତ୍ତି। ସର୍ପ ମାନଙ୍କର ଏକ ପ୍ରକାର ବାସସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ।ଏପରି ସ୍ଥଳେ ଶବ ସତ୍କାର କରିବା ପାଇଁ ଆସୁଥିବା ଲୋକ ମାନେ ସବୁବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏକ ସୁବିଧା ସମ୍ପନ୍ନ ଓ ଉନ୍ନତମାନର ଶ୍ମଶାନଗୃହ ନଥିବା ଅଞ୍ଚଳବାସୀଙ୍କ ପାଇଁ ଏକ ଗୁରୁତର ସମସ୍ୟା ନିହାତି ଭାବରେ।

           ଝଡବର୍ଷା,ପ୍ରଚଣ୍ଡ ଖରା,ହାଡ଼ ଭଙ୍ଗା ଶୀତରେ କିମ୍ବା ଅନ୍ୟାନ୍ୟ ପ୍ରତିକୂଳ ପାଣିପାଗ ସମୟରେ ମୃତଦେହର ଶେଷକୃତ୍ୟ କରିବା ମୃତକଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼େ।ଏହା କେବଳ ଏକ ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟର ଦାବୀ ନୁହେଁ ,ଏହା ମଣିଷର ଶେଷ ସମ୍ମାନ,ମର୍ଯ୍ୟାଦା ଓ ମାନବିକ ଅଧିକାର ସହିତ ଜଡ଼ିତ ଏକ ମୌଳିକ ଆବଶ୍ୟକତା।

           ଦାବୀ ଅତି ସ୍ପଷ୍ଟ,ଶ୍ମଶାନ ଅଛି ଶ୍ମଶାନ ସ୍ଥଳ ବୋଲି ମିଳୁ ସରକାରୀ ସ୍ବୀକୃତି,କରାଯାଉ ଉନ୍ନତ ମାନର ଶ୍ମଶାନ ଗୃହ ନିର୍ମାଣ। ତୁରନ୍ତ ଶ୍ମଶାନ ସ୍ଥଳୀର ସଫେଇ ତଥା ଉନ୍ନତି କରଣ ପାଇଁ ନିଆଯାଉ ଉଚିତ୍ ପଦକ୍ଷେପ।ପାଣି,ଆଲୋକ,ବସିବା ସ୍ଥାନ ଓ ଜାଳେଣି କାଠ ଭଳି ମୌଳିକ ଆବଶ୍ୟକତା ଯୋଗାଇ ଦିଆଯାଉ।

          

            ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର,ମାନ୍ୟବର ରାଜ୍ୟପାଳ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଏହି ସମସ୍ୟା ପ୍ରତି ତ୍ୱରିତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS