BREAKING
Loading...
:

ଶ୍ବଶୁର ଘର ଗାଆଁ କାଜୁ ଜଙ୍ଗଲ ରେ ଜ୍ବାଇଁ ର ଝୁଲନ୍ତା ଶବ ଉଦ୍ଧାର

 



ଶ୍ବଶୁର ଘର ଗାଆଁ କାଜୁ ଜଙ୍ଗଲ ରେ ଜ୍ବାଇଁ ର ଝୁଲନ୍ତା ଶବ ଉଦ୍ଧାର।

 ବ୍ରହ୍ମପୁରା,ହିନ୍ଦୋଳଢେଙ୍କାନାଳ।

       ପ୍ରାପ୍ତ ସୂଚନା କ୍ରମେ ଜନୈକ ବ୍ୟକ୍ତି ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ଶ୍ୱଶୁର ଘର ଗାଁର କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।ଏମିତି ଏକ ଅଭାବନୀୟ ଘଟଣା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଦେଖିବାକୁ ମିଳିଛି।

        ସୂଚନା ଅନୁଯାୟୀ ମୋଟଙ୍ଗା ଥାନା ନିମିଧା ଜଗନ୍ନାଥପୁର ଗ୍ରାମର ପିଙ୍କୁ ସାହୁ (୩୫) ନିଜର ଶ୍ୱଶୁର ଘର ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁରାକୁ ଆସିଥିବାବେଳେ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।ଏ ସଂପର୍କରେ ରାସୋଳ ଥାନା ପୁଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ପଠାଇବା ସହ ତଦନ୍ତ ଜାରି ରଖିଛି। ତାହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବାବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଜୀବନ ରେ ମାରି ଟାଙ୍ଗୀ ଦେଇଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS