BREAKING
Loading...
:

ଖଣି ଓ ଖଣିଜ ସଂଶୋଧନ ବିଲକୁ ନେଇ ତେଜୁଛି ରାଜ୍ୟ ରାଜନୀତି, ପ୍ରତ୍ୟାହାର ଦାବିରେ "ଇଣ୍ଡି'ମେଣ୍ଟର ଶୋଭାଯାତ୍ରା

*ଖଣି ଓ ଖଣିଜ ସଂଶୋଧନ ବିଲକୁ ନେଇ ତେଜୁଛି ରାଜ୍ୟ ରାଜନୀତି, ପ୍ରତ୍ୟାହାର ଦାବିରେ "ଇଣ୍ଡି'ମେଣ୍ଟର ଶୋଭାଯାତ୍ରା*

ଏମଏମଡିଆର ପ୍ରସଙ୍ଗକୁ ହାତଛଡ଼ା କରୁନାହାନ୍ତି ବିରୋଧୀ। ପ୍ରେସମିଟ୍ କରି ରଣହୁଙ୍କାର ଦେଉଥିବା କଂଗ୍ରେସ ଏଥର ରାସ୍ତାକୁ ଓହ୍ଲାଇଛି। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଇଣ୍ଡି ମେଣ୍ଟ ତରଫରୁ ପଦଯାତ୍ରା ଓ ବିକ୍ଷୋଭ କରାଯାଇଛି। କଂଗ୍ରେସର ତମାମ ନେତା ଓ ଅନ୍ୟ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିଲ୍‌ କାର୍ୟ୍ୟକାରୀ ହେଲେ ଓଡ଼ିଶା ଲକ୍ଷଲକ୍ଷ ଟଙ୍କା କ୍ଷତି ସହିବ ବୋଲି ଅଭିଯୋଗ କରିଛନ୍ତି। 

 ଖଣି ଓ ଖଣିଜ ସଂଶୋଧନ ବିଲକୁ ନେଇ ତେଜୁଛି ରାଜ୍ୟ ରାଜନୀତି, ପ୍ରତ୍ୟାହାର ଦାବିରେ "ଇଣ୍ଡି'ମେଣ୍ଟର ଶୋଭାଯାତ୍ରା

ସେପ୍ଟେମ୍ବର ୨୨ରେ ବିଧାନସଭା ମୌସୁମୀ ଅଧିବେଶନ। ସ୍ବଳ୍ପକାଳୀନ କାର୍ୟ୍ୟଦିବସ ଥିଲେ ବି, ବେଶ୍ ସରଗରମ ହେବ ବିଧାନସଭା। କାରଣ ବିରୋଧୀ ପାଖରେ ଏମଏମଡିଆର ଭଳି ବଡ଼ ପ୍ରସଙ୍ଗ। ବିଧାନସଭା ଯିବା ପୂର୍ବରୁ ଗ୍ରାଉଣ୍ଡରେ ସରକାରଙ୍କ ବିରୋଧରେ ଆରମ୍ଭ କରିଦେଇଛନ୍ତି ରଣହୁଙ୍କାର।

ଏମଏମଡିଆର ପ୍ରସଙ୍ଗକୁ ହାତଛଡ଼ା କରୁନାହାନ୍ତି ବିରୋଧୀ। ପ୍ରେସମିଟ୍ କରି ରଣହୁଙ୍କାର ଦେଉଥିବା କଂଗ୍ରେସ ଏଥର ରାସ୍ତାକୁ ଓହ୍ଲାଇଛି। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଇଣ୍ଡି ମେଣ୍ଟ ତରଫରୁ ପଦଯାତ୍ରା ଓ ବିକ୍ଷୋଭ କରାଯାଇଛି। କଂଗ୍ରେସର ତମାମ ନେତା ଓ ଅନ୍ୟ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିଲ୍‌ କାର୍ୟ୍ୟକାରୀ ହେଲେ ଓଡ଼ିଶା ଲକ୍ଷଲକ୍ଷ ଟଙ୍କା କ୍ଷତି ସହିବ ବୋଲି ଅଭିଯୋଗ କରିଛନ୍ତି। 

ନିଇତି ପ୍ରେସମିଟ୍‌ ମାଧ୍ୟମରେ ଏମଏମଡିଆର ବିଲ୍‌କୁ ଜୋରଦାର ବିରୋଧ କରୁଛି ବିଜେଡି। ଏନେଇ ଦଳ ତରଫରୁ ପ୍ରେସମିଟ୍‌ କରାଯାଇଛି। ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍ ରାଜ୍ୟର ସ୍ବାର୍ଥ ବିରୋଧରେ ଷଡ଼୍‌ଯନ୍ତ୍ର। ଓଡ଼ିଶାର ଅର୍ଥନୈତିକ ସ୍ବାଧୀନତାକୁ ଅପହରଣ କରାଯାଇଥିବା ଦଳ କହିଛି। କାଉଣ୍ଟର ରଖି ଶାସକ ଦଳ କହିଛି, ବିରୋଧୀ ଦଳମାନେ ଓଡ଼ିଶାର ନୂଆ ଶିଳ୍ପାୟନର ଆକାଂକ୍ଷାରେ ବାଧା ସୃଷ୍ଟି କରୁଛନ୍ତି। ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଦ୍ବାରା ରାଜ୍ୟରେ ନିବେଶ, ଶିଳ୍ପ ଓ ରୋଜଗାରର ବିକାଶ ହେବ।

 ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ। ଏହି ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ର କରି ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ। ସରକାର ଏହାକୁ କେମିତି କେମିତି ସାମ୍ନା କରିବେ, ଆଉ କି ଉତ୍ତର ରଖିବେ, ତାହା ଉପରେ ରହିବ ନଜର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS