ସାତ ମାଇଲ ନିକଟସ୍ଥ କାଜୁ ଜଙ୍ଗଲ ରେ ଜନୈକ ମଧ୍ୟ ବୟସ୍କ ବ୍ୟକ୍ତି ର ଶବକୁ ବାଲିମି ପୋଲିସ ଦ୍ବାରା ଉଦ୍ଧାର।
ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେର ରେ ମୃତ୍ୟୁ ର ରହସ୍ୟ।
ହିନ୍ଦୋଳ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ।ସ୍ପଷ୍ଟ ଦିବା ଲୋକ ରେ ରାସ୍ତା କଡ଼ରେ ଗଡୁଛି ଶବ।
ତା୧୮/୦୮/୨୦୨୬, ମଙ୍ଗଳବାର।
ସାତମାଇଲ,ହିନ୍ଦୋଳ,ଢେଙ୍କାନାଳ।
ଗୁଡ଼ିଆକାଟେଣୀ ହିନ୍ଦୋଳ ରାସ୍ତା ପାର୍ଶ୍ବରେ ରେ ସାତମାଇଲ ଛକ ନିକଟବର୍ତ୍ତୀ କାଜୁ ଜଙ୍ଗଲ ରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।କାଜୁ ଜଙ୍ଗଲ ରେ ପଡ଼ିଛି ଏକ ମଧ୍ୟ ବୟସ୍କ ଲୋକ ର ଶବ।ରାସ୍ତା ପାର୍ଶ୍ବରେ ମୃତକ ବ୍ୟକ୍ତି ଙ୍କର ହିରୋ ହୋଣ୍ଡା ଗ୍ଲାମର ଗାଡି ନମ୍ବର ଓଡି୦୬ଏ ୬୧୬୭ ରହିଥିବା ବେଳେ କାଜୁ ଜଙ୍ଗଲ କୁ ଛେଳି ଚରାଇବାକୁ ଆସିଥିବା ଜନୈକ ଛେଳି ଚରାଳି ଦେଖିବା ପରେ ଘଟଣା ଟି ପ୍ରଘଟ ହୋଇଥିଲା ବୋଲି ଲୋକ କହୁଥିବା ବେଳେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଥିଲ। ଚିହ୍ନା ଲୋକଙ୍କ ମଧ୍ୟରୁ କେହି ଜଣେ ତାଙ୍କ ପରିବାର ବର୍ଗ ଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ମୃତକଙ୍କ ପରିବାର ଆସି ପହଞ୍ଚିଥିଲେ। ପରିବାରବର୍ଗ ପହଞ୍ଚିଵା ପରେ ବାଲିମି ପୋଲିସ କୁ ଘଟଣା ସଂପର୍କରେ ରେ ଅବଗତ କରିବା ପରେ ବାଲିମି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଥିଲେ।
ସୂଚନା କ୍ରମେ ମୃତକ ନାମ ପ୍ରଦୀପ କୁମାର ସାହୁ (ଆନୁମାନିକ ବୟସ ୫୦), ଗ୍ରାମ ମହିଧରପୁର ଥାନା ଢେଙ୍କାନାଳ ସଦର ଅଞ୍ଚଳ ରୁ ହୋଇଥିବା ବେଳେ ସେ ଜଣେ ସୁନା ବ୍ୟବସାୟୀ, ଛେଣ୍ଡିପଦା ରେ ତାଙ୍କର ସୁନା ଦୋକାନ ଥିବା ବେଳେ ସେ ଆଜି ସକାଳେ ସାତ ଟାରେ ନିଜର ଗାଁ ମହିଧରପୁର ରୁ ଛେଣ୍ଡିପଦା ଅଭିମୁଖେ ବାହାରି ଥିଲେ ବୋଲି ପରିବାର ଲୋକ ସ୍ପଷ୍ଟ କରିଥିଲେ।ତେବେ ପ୍ରାୟ ୧୦ଘଟିକା ସମୟ ରେ କୌଣସି ସୂତ୍ରରୁ ସୂଚନା ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ଶବ କାଜୁ ଜଙ୍ଗଲ ରେ ପଡିଥିବାର ଦେଖି ଥିଲେ। ପାରିପାର୍ଶ୍ବିକ ସ୍ଥିତି,କମ୍ ଉଚ୍ଚତା ବିଶିଷ୍ଟ କାଜୁ ଗଛ ରେ ଗାମୁଛା ଝୁଲୁଥିବା ବେଳେ ଗଛ ତଳେ ମୃତକ ଙ୍କ ଶବ ପଡିରହିଥିବା,ମୁହଁ ରୁ ରକ୍ତ ସ୍ରାବ ହେଉଥିବାର ଦେଖିବାକୁ ମଧ୍ୟ ମିଳିଥିଲା। ତେବେ ଏସବୁ ଦେଖି ଏହା ଆତ୍ମହତ୍ୟା ନୁହେଁ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ପରିବାରବର୍ଗ ଓ ଦେଖେଣାହାରୀ ସନ୍ଦେହ କରୁଛନ୍ତି।
ମୃତକଙ୍କ ର କାହା ସହିତ ଶତୃତା ନଥିବା ବେଳେ ତାଙ୍କ ପାଖରେ କିଛି ଟଙ୍କା ଓ ସୁନା ଥିଲା ବୋଲି ପରିବାର ବର୍ଗ କହୁଥିବା ବେଳେ ଟଙ୍କା ଓ ସୁନା ଚୋରୀ ପାଇଁ ହୁଏତ ଏଭଳି କାଣ୍ଡ କେହି ଦୂର୍ବୁର୍ତ୍ତ ଘଟାଇ ଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଘଟଣା ସଂଗ୍ରହ କରିବା ବେଳକୁ ବାଲିମି ପୋଲିସ ଶବ କୁ ଜଗି ରହିବା ସହିତ ତଦନ୍ତ ଆରମ୍ଭ କରିଛି। ରାସ୍ତା ରେ ଥିବା ବାଇକ୍ କୁ ଜବତ କରିବା ସହିତ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ପଠାଇବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିବା ସହିତ ପୋଷ୍ଟ ମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ମତ ଦେଇଛି।
ପରିବାର ବର୍ଗ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଥିବା ବେଳେ କିଏ ଦାୟୀ ବୋଲି ସିଧାସଳଖ କହୁନଥିଲା ବେଳେ ପୋଲିସ ନିରପେକ୍ଷ ତଦନ୍ତ ପୂର୍ବକ ହତ୍ୟାକାରୀ କୁ ଚିହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment