BREAKING
Loading...
:

ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବକୁ ଦୀର୍ଘ ୧୭ ବର୍ଷର ସାମାଜିକ ସେବା ଓ ସ୍ୱାସ୍ଥ୍ୟ ସଚେତନତା ଯାତ୍ରାକୁ ମିଳିଲା ଆନ୍ତର୍ଜାତୀୟ ସ୍ୱୀକୃତି

 *ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବକୁ ଦୀର୍ଘ ୧୭ ବର୍ଷର ସାମାଜିକ ସେବା ଓ ସ୍ୱାସ୍ଥ୍ୟ ସଚେତନତା ଯାତ୍ରାକୁ ମିଳିଲା ଆନ୍ତର୍ଜାତୀୟ ସ୍ୱୀକୃତି*

     



 ବ୍ରହ୍ମପୁର - ଦୀର୍ଘ ୧୭ ବର୍ଷ ଧରି ସାମାଜିକ ସେବା, ସ୍ୱାସ୍ଥ୍ୟ ସଚେତନତା, ପରିବେଶ ଓ ପର୍ଯ୍ୟଟନ ଅନ୍ୱେଷଣ ସହିତ ପରିବାରିକ ବନ୍ଧୁତ୍ୱ ଓ ଭାଇଚାରାକୁ ନେଇ ନିରନ୍ତର କାର୍ଯ୍ୟ କରିଆସୁଥିବା ଜୟ ଜଗନ୍ନାଥ ମର୍ଣ୍ଣିଂ ୱାକର୍ସ କ୍ଲବ ଆଜି ଏକ ଐତିହାସିକ ସଫଳତା ହାସଲ କରିଛି। ୱାକର ଇଣ୍ଟରନେସନାଲ କ୍ଲବ ପକ୍ଷରୁ ଏହି କ୍ଲବକୁ ଅନ୍ତର୍ଜାତୀୟ ମାନ୍ୟତା ଓ ଅଫିଲିଏସନ୍ ପ୍ରଦାନ କରାଯାଇଛି।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମାଷ୍ଟର୍ ଅଫ୍ ସେରୋମୋନୀ MOS ସୀମାଞ୍ଚଳ ପାଣିଗ୍ରାହିଙ୍କ ପରିଚାଳନାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ୱାକର ଇଣ୍ଟରନେସନାଲ କ୍ଲବର ପୂର୍ବତନ ନ୍ୟାସନାଲ୍ ପ୍ରେସିଡେଣ୍ଟ ଡ଼. ଜୟନ୍ତ ରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଡିଷ୍ଟ୍ରିକ୍ଟ ଗଭର୍ନର ରାଜକିଶୋର ସ୍ୱାଇଁ, ପ୍ରେସିଡେଣ୍ଟ ପ୍ରସନ୍ନ କୁମାର ପୃଷ୍ଟି, ସେକ୍ରେଟାରୀ ମହେଶ୍ୱର ରାଓ ଅତିଥି ରୂପେ ଯୋଗ ଦେଇଥିଲେ l ଜୟ ଜଗନ୍ନାଥ ମର୍ନିଙ୍ଗ ୱାକର କ୍ଲବ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ନାଗେଶ୍ୱର ପୃଷ୍ଟି, ଉପସଭାପତି କାମନା ପାଢ଼ୀ ଓ  ରବୀନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଡା. ସମୀର କୁମାର ନାୟକ, ଯୁଗ୍ମ ସମ୍ପାଦକ ଡ଼ା. କିରଣ କୁମାର ପାଣିଗ୍ରାହୀ ଏବଂ ଜଲି ୱାକର୍ ସୁଶାନ୍ତ ପାଢ଼ୀଙ୍କୁ ନୂତନ ଅଫିସ୍ ବିଅରର୍ ଭାବେ ଚୟନ କରାଯାଇଥିଲା।

ସମାରୋହରେ ଅତିଥିମାନେ ଜୟ ଜଗନ୍ନାଥ ମର୍ଣ୍ଣିଂ ୱାକର୍ସ କ୍ଲବର ୧୭ ବର୍ଷର ଯାତ୍ରାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାର କାର୍ଯ୍ୟକଳାପକୁ ଅଧିକ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ। ନିୟମିତ ପ୍ରାତଃ ଭ୍ରମଣ ମାଧ୍ୟମରେ ସୁସ୍ଥ ଜୀବନଶୈଳୀର ପ୍ରଚାର, ସ୍ୱାସ୍ଥ୍ୟ ସଚେତନତା, ସାମାଜିକ ସେବା, ପାରିବାରିକ ମିଳନ, ପ୍ରକୃତି ଓ ପର୍ଯ୍ୟଟନ ସ୍ଥଳୀର ଅନ୍ୱେଷଣ ଭଳି ବିଭିନ୍ନ କାର୍ଯ୍ୟକଳାପ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଏକ ଦୃଢ଼ ଏକତା ଓ ଭାଇଚାରା ସୃଷ୍ଟି କରିଆସିଛି।

ଅନ୍ତର୍ଜାତୀୟ ମାନ୍ୟତା ପାଇବା ପରେ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଥିଲା। ସଦସ୍ୟମାନେ ଏହି ସ୍ୱୀକୃତିକୁ କେବଳ ଏକ ସମ୍ମାନ ନୁହେଁ ବରଂ ଆଗାମୀ ଦିନରେ ଅଧିକ ସଂଗଠିତ ଭାବରେ ସାମାଜିକ ଓ ସ୍ୱାସ୍ଥ୍ୟସେବାମୂଳକ କାର୍ଯ୍ୟ କରିବାର ଏକ ନୂତନ ପ୍ରେରଣା ବୋଲି ମତବ୍ୟକ୍ତ କରିଥିଲେ।

ଏହି ଗୌରବମୟ କାର୍ଯ୍ୟକ୍ରମର ଶେଷରେ ଯୁଗ୍ମ ସମ୍ପାଦକ ଡ଼. କିରଣ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନ୍ତର୍ଜାତୀୟ ସ୍ୱୀକୃତି ଜୟ ଜଗନ୍ନାଥ ମର୍ଣ୍ଣିଂ ୱାକର୍ସ କ୍ଲବର ୧୭ ବର୍ଷର ସଫଳ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିବାବେଳେ ଆଗାମୀ ଦିନରେ କ୍ଲବଟି ଅଧିକ ଉତ୍ସାହ ଓ ନିଷ୍ଠାର ସହିତ ସମାଜସେବାରେ ନିଜର ଅବଦାନ ଜାରି ରଖିବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS