ପୋଖରୀରେ ବୁଡି ଜଣେ ୬ବର୍ଷର ଶିଶୁ ମୃତ ।
ଲାଞ୍ଜିଗଡ ,କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଲାଙ୍ଗ ଶୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ନାରୁଣୁ ମାଝୀଙ୍କ ଝିଅ ଗୌରୀ ମାଝୀ (୬)ଗାଁ ନିକଟସ୍ଥ ଏକ ପୋଖରୀ ବୁଢ଼ୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁସାରେ ତାଳଙ୍ଗ ଶୁର ଗାଁର ନାରୁଣୁ ମାଝୀ ଙ୍କ ଝିଅ ଗୌରୀ ମାଝୀ ଗାଁର ତିନିଜଣ ସାଙ୍ଗଙ୍କ ଶହ ଗାଧୋଇବା ପାଇଁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ ହେଲେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସାଙ୍ଗରେ ଥିବା ଶିଶୁ ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ପାରି ନ ଥିଲେ ଯାହାଫଳରେ ଶିଶୁ ଗଭୀର ପାଣି ଭିତରକୁ ଭାସି ଯାଇଥିଲା l ଭାସି ଯିବା ଦେଖି ଶିଶୁ ମାନେ ଚିତ୍କାର କରି ପରିବାର ଲୋକଙ୍କୁ ଡାକିବାରୁ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଥିଲେ l ପରିବାର ପହଞ୍ଚିବା ପୂର୍ବରୁ ଗୌରୀ ପାଣିରେ ଆଚେତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବେନଗାଁ ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ଶିଶୁର ଚେତା ନ ଫେରିବାରୁ ତାଙ୍କୁ ବାଇକ ଯୋଗେ ବିଶ୍ୱନାଥ ପୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବିଜେପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق