BREAKING
Loading...
:

ବିକ୍ରି ଅଭାବରୁ ଚାଷୀ ହତାଶ

 ବିକ୍ରି ଅଭାବରୁ ଚାଷୀ ହତାଶ 



ବ୍ରମ୍ହପୁର(ରଙ୍ଗେଇଲୁଣ୍ଡା) , ରଙ୍ଗେଇଲୁଣ୍ଡା ବ୍ଲକର ପ୍ରାୟ ୧୦ ରୁ ୧୫ଟି ପଞ୍ଚାୟତରେ ବ୍ୟାପକ ଭାବେ କିଆଫୁଲ ଚାଷ କରାଯାଏ । ବିଶେଷକରି ବାକାରାମ, ଡାଙ୍କୋଲପାଡୁ, ଫାସିନୁଆପଣ, ମେଣ୍ଡ୍ରାଜପୁର, ଇନ୍ଦ୍ରାଖୀ ,ତୁଳ୍ମ, ମାର୍କଣ୍ଡି, ଏକସିଙ୍ଗି, କେଲୁଆପଲ୍ଲୀ , ଗୁଣୁପୁର, କୀର୍ତ୍ତିପୁର, ଏବଂ ଲଉଡିଗାଁ ଅଞ୍ଚଳରେ ହଜାର ହଜାର ଚାଷୀ କିଆଫୁଲ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ଚଳିତ ବର୍ଷ କିଆଫୁଲର ବିକ୍ରି ଅଭାବ ଯୋଗୁଁ ଚାଷୀମାନେ ଗଭୀର ଆର୍ଥିକ ସଙ୍କଟରେ   ପଡି ହତାଶ ହୋଇପଡିଛନ୍ତି । ଚାଷୀମାନଙ୍କ କହିବା ଅନୁଯାୟୀ ପୂର୍ବରୁ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସି କିଆଫୁଲ କ୍ରୟ କରୁଥିଲେ। କିନ୍ତୁ ବର୍ତ୍ତମାନ କ୍ରେତାଙ୍କ ସଂଖ୍ୟା ଅତ୍ୟନ୍ତ କମିଯାଇଥିବାରୁ ଅନେକ ଚାଷୀଙ୍କ କିଆଫୁଲ ବିକ୍ରି ହୋଇପାରୁନାହିଁ । ଫଳରେ ଉତ୍ପାଦିକ ଫୁଲ ନଷ୍ଟ ହେଉଥିବା ସହ ଚାଷୀମାନେ ଭାରି ଆଥିର୍କ କ୍ଷତି ସହୁଛନ୍ତି । ଗଞ୍ଜାମର କିଆଫୁଲ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ମଧ୍ୟ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ଚାଷୀମାନ ନ୍ୟାୟସଙ୍ଗତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ କିଆଫୁଲ ଚାଷୀମାନେ ଓଡ଼ିଶା ସରକାରଙ୍କ ନିକଟରେ ଗଞ୍ଜାମ ଜିଲ୍ଲାରେ ଏକ ସ୍ଵତନ୍ତ୍ର କିଆଫୁଲ ମଣ୍ଡି ସ୍ଥାପନ , ସରକାରୀ ସ୍ତରରେ କିଆଫୁଲ କ୍ରୟ ବ୍ୟବସ୍ଥା ଆରମ୍ଭ କରିବା ଏବଂ ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS