ପଳାଶୁଣୀ ଜଗନ୍ନାଥ ୱାକର୍ସ କ୍ଳବ ପକ୍ଷରୁ ଚକ୍ଷୁ ଶିବିର
ବାଙ୍କୀ (ମାନସ ରଞ୍ଜନ ସାହୁ ):ପଳାଶୁଣୀସ୍ଥ ଆପୋଲୋ ଆସିଆନା ଆପାର୍ଟମେଣ୍ଟ ପରିସ୍ରରରେ ଥିବା ପ୍ରଭୁ ଜଗନ୍ନାଥ ୱାକର୍ସ କ୍ଳବ ପକ୍ଷରୁ ରୋଟାରି ଭିଜନ ହୋପ ସହାୟତା ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପାଖାପାଖି ୫୦ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ୬ ରୁ ୧୨ବର୍ଷ ବୟସର ଅଧିକ ପିଲାମାନେ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳବର ସଭାପତି ନିର୍ମଳା ନାୟକ, ସମ୍ପାଦକ ଗୋବର୍ଦ୍ଦନ ବିଶ୍ୱାଳ, କୋଷାଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ ରଣା ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟଟିକୁ ସୁଚାରୁରୂପେ ସଫଳ କରିଥିଲେ। କ୍ଳବ ର ଅନ୍ୟ ସଦସ୍ୟମାନେ ଏଥିରେ ସମ୍ପୂର୍ଣ ସହଯୋଗ କରିଥିଲେ। ବିଶେଷ କରି ରୋଟାରି କ୍ଳବର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ରଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିପାରଥିବାରୁ କ୍ଳବ ପକ୍ଷରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଆପଲୋ ଆସିଆନା ଆପାର୍ଟମେଣ୍ଟର ସଭାପତି ପ୍ରଶାନ୍ତ କୁମାର ମାର୍ଥା, ରିଜୋନ କୋ-ଅର୍ଡିନେଟର ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏବଂ ରୋଟାରି ପୂର୍ବତନ ଗଭର୍ନର ଯଜ୍ଞାଶିଷ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ପି ଜେ କ୍ଳବ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି।
ମଣିଭଦ୍ରା ଖବର, ବାଙ୍କୀ


Post a Comment