BREAKING
Loading...
:

୬୦ଟି ବିଅର ବୋତଲ ସହିତ ଅଟୋ ଜବତ,ଜଣେ ଗିରଫ

 ୬୦ଟି ବିଅର ବୋତଲ ସହିତ ଅଟୋ ଜବତ,ଜଣେ ଗିରଫ 

ଗଣିଆ ୨/୦୭(ମଣିଭଦ୍ରା ଖବର) ଗଣିଆ କଲେଜ ନିକଟରୁ ୬୦ଟି ବିଅର ବୋତଲ ସହିତ ଜଣକୁ ଗିରଫ କରିଛି ଗଣିଆ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନିର୍ଦ୍ଦେଶରେ ଏଏସଆଇ ବିକ୍ରମ ବିଶ୍ବାଳ ଗଣିଆ କଲେଜ ସମ୍ମୁଖରେ ଜଗି ରହିଥିଲେ । ଦଶପଲ୍ଲା ପଟୁ ଏକ ଅଟୋ ସାହାର୍ଯ୍ୟରେ ଛାମୁଣ୍ଡିଆ ଇଶ୍ବରପୁର ଗ୍ରାମର ସୁବ୍ରତ କୁମାର ମାଝି ୬୦ଟି ବିଦେଶୀ ବିଅର ବୋତଲ ନେଇ ଆସୁଥିଲେ । କଲେଜ ନିକଟରେ ତାଙ୍କୁ ଅଟକାଇ ଗଣିଆ ଥାନାକୁ ଅଣାଯିବା ପରେ ଅଟୋ ଭିତରୁ ବିଦେଶୀ ମଦ ସହିତ ଅଟୋ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ଗଣିଆ ପୋଲିସ ଦୁଇଦିନ ମଧ୍ୟରେ ୧୩ କିଲୋ ଗଞ୍ଜେଇ ସହିତ ୬୦ଟି ବିଅର ବୋତଲ ଜବତ କରିଛନ୍ତି । ଖଣ୍ଡପଡା ଏସଡିପିଓ ସରୋଜ କୁମାର ସାହୁ ଗଣିଆ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS