ମରଣାନ୍ତକ ଆକ୍ରମଣ କରି ୧୦ ଭରି ସୁନା ଓ ୫ ହଜାର ନଗଦ ଟଙ୍କା ଲୋଟିନେଲେ ୩ ମୁଖା ପିନ୍ଧା ଦୁର୍ବୁତ୍ତ |
ପରଜଙ୍ଗ, -: ପରଜଙ୍ଗ ଥାନା ଅନ୍ତର୍ଗତ ସାନ୍ଦା ଫାଣ୍ଡି ଅଧୀନ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଲୁଟ୍ ଘଟିଛି। ସାଆନ୍ଦା ଗ୍ରାମର ସୁରେଶ ଚନ୍ଦ୍ର ପାଣିଙ୍କ ଘରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଶି ପ୍ରଥମେ ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏହାପରେ ଦୁର୍ବୃତ୍ତମାନେ ପ୍ରାୟ ୧୦ ଭରି ସୁନା ଅଳଙ୍କାର ସହ ନଗଦ ୫ ହଜାର ଟଙ୍କା ଲୁଟି ଫେରା ହୋଇଯାଇଥିଲେ। ଏ ନେଇ ପରିବାର ଥାନାରେ ଅଭିଯୋଗ କରିଲେ ଦୁର୍ବୃତ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସୁରେଶ ଅଭିଯୋଗ କରିଛନ୍ତି ।ତେଵେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।ସେପଟେ ରାତିରେ ପେଟ୍ରୋଲିଙ୍ଗ ସଠିକ ଭାବେ ହେଉନଥିବା ରୁ ଏହିଭଳି ଲୋଟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment