ଉତ୍କଳିକାର ଜିଲ୍ଲା ସ୍ତରୀୟ ସାରସ୍ୱତ ସମାବେଶ
ବ୍ରହ୍ମପୁର, - :
ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ "ଉତ୍କଳିକା" ଏବଂ "ଓଡ଼ିଶା ସାହିତ୍ୟ ଏକାଡେମୀ"ର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ପାଣିଟାଙ୍କି ଛକ ସ୍ଥିତ ଉତ୍କଳ ଆଶ୍ରମ - ଭାଷା ଭବନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କ୍ଷୁଦ୍ର କବିତା ଆସର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଶୁକବି ପ୍ରଫୁଲ୍ଲ କୁମାର ମହାପାତ୍ର ବିଧିବତ୍ ଉଦ୍ଘାଟନ କରିଥିବା ବେଳେ କଳିଙ୍ଗ ସାହିତ୍ୟ ସମାଜ ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ, ଉତ୍କଳିକା କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ପଣ୍ଡା, ଶ୍ୱେତପଦ୍ମା ସାହିତ୍ୟ ସଂସଦ ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆମ ଯୁବବର୍ଗଙ୍କ ସାହିତ୍ୟ ମନସ୍କତା ଭିତରେ ଦେଶର ପ୍ରଗତି ସଂଗୋପିତ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ କବି-କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ଆଲୋଚନା ଚକ୍ରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ପ୍ରଭାତୀ କୁମାର ମହାପାତ୍ର ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି, ବରିଷ୍ଠ ସାରସ୍ୱତ ସାଧକ ନାଟ୍ୟକାର ଇଂ. ଯାମିନୀ କାନ୍ତ ଦାଶ ମୂଖ୍ୟ ବକ୍ତା, ବିକ୍ଷିପ୍ତା - ସମ୍ପାଦକ ଡଃ. ଶ୍ୟାମା ପ୍ରସାଦ ମିଶ୍ର ବିଶିଷ୍ଟ ବକ୍ତା ଏବଂ ପ୍ରାକ୍ତନ ବି. ଡ଼ି. ଏ. ଅଧ୍ୟକ୍ଷ ତଥା କଣ୍ଠଶିଳ୍ପୀ ସୁବାସ ଚନ୍ଦ୍ର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ "ସାହିତ୍ୟ, ସମାଜ ଓ ଆମେ" ବିଷୟରେ ନିଜସ୍ୱ ବିଚାରଧାରା ର ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର 'ଅଭିନଵ ଉତ୍କଳିକା (ଗଳ୍ପ ଲହରୀ), ଇଂ. ବିଚିତ୍ରାନନ୍ଦ ମୁନିଙ୍କ କବିତା ସଂକଳନ 'ସଜନୀ', ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଶିଶୁ-କିଶୋର ଉପଯୋଗୀ ପୁସ୍ତକ ଗପ ଲହରୀ, କଟି କଟି ଡବଲ କଟି, ତୁ ଥା' ମୁଁ ଯାଉଛି ଋଷି, ଛୁକ ଛୁକ କରି ରେଳ ଚାଲିଲା, ଅତୁଟ ବନ୍ଧନ ଏବଂ ଆଗକୁ ବଢିବାର ବାଟ, ଶଙ୍କର୍ଷଣ ତ୍ରିପାଠୀଙ୍କ 'ଗୁଣ ଥିଲେ ହେବ ଭଲ ମଣିଷ', ପ୍ରସନ୍ନ କୁମାର ନାୟକଙ୍କ 'ଆମ ଜାତୀୟ', ପ୍ରକାଶ ଚନ୍ଦ୍ର ମୁନିଙ୍କ 'ଧରମା ରାମାୟଣ' ଏବଂ ଆର. ଧର୍ମା ରାଓଙ୍କ ଇଂରାଜୀ ଗଳ୍ପ ସଂକଳନ ' ୱ୍ୱିଜ୍ଡମ୍ ୱ୍ୱିଙ୍ଗସ୍' ଆଦି ପୁସ୍ତକ ଗୁଡିକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଉତ୍କଳିକା ତରଫରୁ ସର୍ବଶ୍ରୀ ଶତ୍ରୁଘ୍ନ ମହାରଣା, ଇଂ. ଆଶୁତୋଷ ପାତ୍ର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଦୂର୍ଗା ମାଧବ ମହାରଣା, ଅମୁଲ୍ୟ କୁମାର ଦାଶ, ଚିନ୍ମୟ କୁମାର ଵେବର୍ତ୍ତା, ବଂଶୀଧର ସେଠୀ, ପ୍ରମିଳା ମହଲା, ଡଃ. ସୂଚନା ପାଢ଼ୀ, ଡଃ. ବିଧୁପ୍ରଭା ରଥ, ଲୋପା ସାମଲ, ପଦ୍ମିନୀ ମିଶ୍ର, ସୌଦାମିନୀ ମିଶ୍ର, ସୁଜାତା ଶତପଥୀ, ସନ୍ଧ୍ୟାରାଣୀ ଦେବୀ ପ୍ରମୁଖ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳିକାର ସମ୍ପାଦକ ବରିଷ୍ଠ ସାରସ୍ୱତ ସାଧକ ଡଃ. ବିଜୟ ଚନ୍ଦ୍ର ମହାରଣା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଦୀନବନ୍ଧୁ ଶ୍ରୀପଲ୍ଲଵ, ବି. ଗୋପାଳ ପାତ୍ର, ସୁଶାନ୍ତ କୁମାର କର, ଶଙ୍କର୍ଷଣ ତ୍ରିପାଠୀ, ମହେନ୍ଦ୍ର କୁମାର ସାହୁ, ମଧୁସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق