BREAKING
Loading...
:

ଚାଉଳିଆଗଞ୍ଜ ଥାନାର ପୂର୍ବତନ ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକସଭା

 



କଟକ (ମଣିଭଦ୍ରା ଖବର) ଚାଉଳିଆଗଞ୍ଜ ଥାନାର ପୂର୍ବତନ ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ଚାଉଳିଆଗଞ୍ଜ ପୂଜା କମିଟି ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କର ଜନହିତକର କାର୍ଯ୍ୟ ଓ ପୁଲିସ ସେବାରେ ଥିବା ଅବଦାନକୁ ସ୍ମରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସିପି (ACP) ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ କଟକର ପ୍ରାୟ ସମସ୍ତ ଥାନାର ଅଧିକାରୀ ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ଜନସାଧାରଣ ଓ ପୂଜା କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସାମିଲ ହୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS