BREAKING
Loading...
:

ପୁରୀରେ ଗର୍ଜିଲା କଳିଙ୍ଗସେନା ଇସ୍କନ ଭକ୍ତଙ୍କୁ ଶ୍ରୀକ୍ଷେତ୍ରରୁ ତଡିବେ କଳିଙ୍ଗ ସୈନିକ

 



ପୁରୀରେ ଗର୍ଜିଲା କଳିଙ୍ଗସେନା

ଇସ୍କନ ଭକ୍ତଙ୍କୁ ଶ୍ରୀକ୍ଷେତ୍ରରୁ ତଡିବେ କଳିଙ୍ଗ ସୈନିକ

ପୁରୀ ନଆସିବାକୁ ଚେତାବନୀ ଦେଲା ଦଳ


ପୁରୀ : ଇସ୍କନ ଭକ୍ତକୁ କୌଣସି ସ୍ଥିତିରେ ପୁରୀରେ ପୂରାଇ ଦିଆଯିବ ନାହିଁ । ଶ୍ରୀକ୍ଷେତ୍ରର କୌଣସି ସ୍ଥାନରେ ଇସ୍କନ ଭକ୍ତଙ୍କୁ ଦେଖିଲା ମାତ୍ରେ ସେମାନଙ୍କୁ ତୁରନ୍ତ ପୁରୀ ସୀମା ବାହାରକୁ ତଡି ଦିଆଯିବ । ଏଥିପାଇଁ ରଥଯାତ୍ରା ସମୟରେ କଳିଙ୍ଗସୈନିକମାନେ ପୁରୀରେ ବହୁ ସଂଖ୍ୟାରେ ଉପସ୍ଥିତ ରହିବେ ବୋଲି କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ ।


ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀ ରଥ କହିଛନ୍ତି ଯେ ଶ୍ରୀଜଗନ୍ନାଥ ଓ ପୁରୀ ଗଜପତିଙ୍କୁ ଅପମାନିତ କରିଥିବା ଇସ୍କନର ପୁରୀ ଆସି ଧର୍ମ ପ୍ରଚାର କରିବାର କୌଣସି ଅଧିକାର ନାହିଁ । ରଥଯାତ୍ରା ସମୟରେ କର୍ଡନ ଭିତରେ ସଂକୀର୍ତ୍ତନ ହେଉ କିମ୍ବା ବଡଦାଣ୍ଡରେ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ ହେଉ, କୌଣସି ଗୋଟିଏ ହେଲେ କାମ ପାଇଁ ସେମାନଙ୍କୁ ସୁଯୋଗ ମିଳିବ ନାହିଁ । ଏପରିକି ଯଦି କୌଣସି ସଂସ୍ଥା ଇସ୍କନ ସହାୟତାରେ ଖାଦ୍ୟ ବଣ୍ଟନ କରନ୍ତି ତେବେ ସେମାନଙ୍କୁ ମଧ୍ୟ କଡା ବିରୋଧ କରାଯିବ । 


ଶ୍ରୀ ରଥ କହିଛନ୍ତି ଯେ ଜଗନ୍ନାଥ ନୀତିକାନ୍ତି ଏବଂ ସନାତନ ସଂସ୍କୃତିକୁ ଇସ୍କନ ସାରା ବିଶ୍ୱରେ ପଦାଘାତ କରୁଛି । ପୁରୀ ଗଜପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବହୁ ସ୍ଥାନରେ ଅଦିନିଆ ରଥଯାତ୍ରା ଚଳାଇଛି । ଯେଉଁ ଜଗନ୍ନାଥଙ୍କୁ ନେଇ ଇସ୍କନ ତାହାର ବ୍ୟବସାୟ ଚଳାଇଛି ସେହି ଜଗନ୍ନାଥ ଓ ଏହାର ଆଦ୍ୟ ସେବକଙ୍କୁ ଅପମାନ କୌଣସି ସ୍ଥିତିରେ ସହ୍ୟ କରାଯିବ ନାହିଁ । ଆବଶ୍ୟକ ପଡିଲେ ଆଇନ୍‍କୁ ହାତକୁ ନିଆଯିବ ବୋଲି ଶ୍ରୀ ରଥ ଚେତାବନୀ ଦେଇଛନ୍ତି । କେବଳ ପୁରୀରେ ନୁହେଁ, ରାଜ୍ୟ ରାଜଧାନୀରେ ଇସ୍କନ ରଥଯାତ୍ରାକୁ ମଧ୍ୟ କଳିଙ୍ଗ ସୈନିକମାନେ ବିରୋଧ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS