ଆସୁଛି ବଡ଼ ବର୍ଷା, ଏହି ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ ।
ଭୁବନେଶ୍ୱର, (ଜନ ଅଧିକାର)-: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଶରତ ସାହୁ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
୨ତାରିଖରୁ ଲଘୁଚାପ ସମ୍ଭାବନା ଥିଲେ ମଧ୍ୟ ୩୦ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।ଏପରିକି ୧ରୁ ୫ ତାରିଖ ମଧ୍ୟରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଲଘୁଚାପ କ୍ଷେତ୍ରଟି ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق