BREAKING
Loading...
:

ପୂର୍ବତନ ବିଧାୟିକା ଟୁକୁନି ସାହୁ ଙ୍କ ସହ ସଲା,ସୁତୁରା ନୀତି କରି ମୁଖ୍ୟ ଚିକିତ୍ସାଧିକାରୀ ବିଧାୟକ ଙ୍କ ଅଗୋଚର ରେ ଡାକ୍ତର ଖାନା ସ୍ଥାନାନ୍ତରିତ କରିବା ଅଭିଯୋଗ,କୋଟି, କୋଟି ଟଙ୍କା ଦୁର୍ନିତୀ ନେଇ ଚକ୍ରାନ୍ତ ।

 ପୂର୍ବତନ ବିଧାୟିକା ଟୁକୁନି ସାହୁ ଙ୍କ ସହ ସଲା,ସୁତୁରା ନୀତି କରି ମୁଖ୍ୟ ଚିକିତ୍ସାଧିକାରୀ ବିଧାୟକ ଙ୍କ ଅଗୋଚର ରେ ଡାକ୍ତର ଖାନା ସ୍ଥାନାନ୍ତରିତ କରିବା ଅଭିଯୋଗ,କୋଟି, କୋଟି ଟଙ୍କା ଦୁର୍ନିତୀ ନେଇ ଚକ୍ରାନ୍ତ ।



ବଲାଙ୍ଗୀର/ଟିଟିଲାଗଡ,ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ସ୍ଥାନୀୟ ବିଧାୟକ ନବୀନ ଜୈନ ଙ୍କ ଅଗୋଚର ରେ ମୁଖ୍ୟ ଚିକିତ୍ସାଧିକାରୀ ତରବରିଆ ଭାବେ ରାଜନୈତିକ ଛତ୍ର ଛାୟା ଖେଳାଇ ତରବରିଆ ଭାବେ ସ୍ଥାନାନ୍ତରିତ କରି ଦିଆ ଯାଇଥିବା ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପୂର୍ବତନ ବିଧାୟିକା ଟୁକୁନି ସାହୁ ଙ୍କ ଅମଳ ରେ ତିବ୍ର ବିରୋଧ କରାଯାଇଥିଲା । ଯଦ୍ୱାରା ଚିକିତ୍ସାଳୟ ସେହିପରି ଚାଲିଥିଲା,ବେଆଇନ୍ ଭାବେ କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ ଅର୍ଥ ହଡପ କରିବା ପାଇଁ ଏହି ଚିକିତ୍ସାଳୟ କୁ ନିର୍ମାଣ କରି ଠିକାଦାର,ରାଜନେତା,ସରକାରୀ ଅଧିକାରୀ ବେଶ୍ ମାଲା, ମାଲ ହୋଇ ଥିଲେ । ଏହି ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଏହି ସବୁ ଜାଲିଆତି ମାମଲା ଯୋଗୁଁ ବଲାଙ୍ଗୀର ଜିଲ୍ଲାପାଳ ଛଅ ମାସ ଧରି ଦରମା ବନ୍ଦ କରିଥିଲେ ।

ସେହିପରି ବ୍ୟାପକ ଅନିୟମିତତା ଓ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ କୋଟି ଟଙ୍କା ହଡ଼ପ କରିଦେଇ ଚାଲିଯିବା ପରେ ସ୍ଥାନାନ୍ତରିତ କରାଯିବା ଅତ୍ୟନ୍ତ ଜରୁରୀ ହୋଇ ଯାଇଥିଲା । ଚିକିତ୍ସାଳୟ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଥାଇ ସମ୍ପୂର୍ଣ ରୂପେ ବନ୍ଦ କରି ନ ଥିଲେ ସବୁ ଜାଲିଆତି ମାମଲା ରେ ହରଡ ଘଣା ରେ ପଡି ଯାଇ ଥାନ୍ତେ।

ପ୍ରକାଶ ଯେ,ପୂର୍ବତନ ମନ୍ତ୍ରୀ ତଥା ବିଧାୟୀକା ଟୁକୁନି ସାହୁ ଙ୍କ ନିକଟ କୁ ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନାଏକ ଯାଇ ଏକ ପତ୍ର ଗୋପନୀୟ ଭାବେ ଲେଖାଇ ବଲାଙ୍ଗୀର ଯାଇ ବିଜେଡି ର ଟାଣୁଆ ନେତା କଳିକେଶ ସିଂଦେଓ ଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ ଓ ନିଜ ଦରମା ସହ ସ୍ଥାନାନ୍ତରିତ କରିବା ରେ ସଫଳ ହୋଇ ଥିଲେ । ସ୍ଥାନିୟ ବିଧାୟକ ନବୀନ ଜୈନ ଙ୍କୁ ଏହି ସ୍ଥାନାନ୍ତରିତ ନେଇ ମୁଖ୍ୟ ଚିକିତ୍ସାଧିକାରୀ ସାକ୍ଷାତ କରିଥିବା ବେଳେ ସେ ୧୬ ତାରିଖ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଶ୍ରୀ ଜୈନ ଙ୍କ ଅଗୋଚର ରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହୋଇଥିବା ବେଳେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଆରମ୍ଭ ହୋଇ ଯାଇଛି।

ଉକ୍ତ ପୁରୁଣା ୧୦୦ ଶଯ୍ୟା ବିଶିଷ୍ଟ କୋଠା ସହ ଉପର ମହଲା ରେ ଅସଂଖ୍ୟ ରୋଗୀ ଙ୍କ ବ୍ୟାଡ ସୁବିଧା ଥାଇ ସହର ବାହାରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ ମାତ୍ର ୯୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ହୋଇଛି ।

ସାଧାରଣ ଙ୍କ ଜୀବନ ସହ ନିଜ ସ୍ୱାର୍ଥ ଓ ଅର୍ଥ ଆତ୍ମସାତ କରିବା ମନୋବୃତ୍ତି ନେଇ ବେଆଇନ୍ ଭାବେ ଏହି ଡାକ୍ତରଖାନା ସ୍ଥାନାନ୍ତରିତ କରି ଥିବା ବେଳେ ବଲାଙ୍ଗିର ଭଳି ଏହି ପୁରୁଣା ଡାକ୍ତରଖାନା ପୂର୍ବବତ୍ କାର୍ଯ୍ୟକାରୀ କରାଯାଉ ବୋଲି ବିଭିନ୍ନ ମହଲ ରେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS