ସହର ବାହାର କୁ ସ୍ଥାନାନ୍ତରିତ ଡାକ୍ତରଖାନା ଆରମ୍ଭ ରୁ ସଠିକ୍ ସମୟ ରେ ପହଞ୍ଚି ନ ପାରି ଜଣ ଙ୍କ ଶୋଚନୀୟ ମୃତ୍ୟୁ ।
ବଲାଙ୍ଗୀର/ଟିଟିଲାଗଡ, ସାମାନ୍ୟ କିଛି ସମୟ ପୂର୍ବରୁ ଡାକ୍ତରଖାନା ପହଞ୍ଚି ଥିଲେ ଜୀବନ ବଞ୍ଚି ଯାଇଥାନ୍ତା । ଆମ୍ବୁଲାନ୍ସ ର ଅଭାବ ସହ ଅଟୋ ରିକ୍ସା ଭଡ଼ା କରି ଟିଟିଲାଗଡ ହାଟପଦା ପଡା ରୁ ପ୍ରାୟ ଛଅ କିମି ଦୂର ପିପଲପଦର ଗ୍ରାମ କୁ ସ୍ଥାନାନ୍ତରିତ ସରକାରୀ ଡ଼ାକ୍ତର ଖାନା ନେବା ବେଳେ ବିଳମ୍ବ ହେବାରୁ ରୂପା ବାଗ ନାମକ ଜଣେ ଭଦ୍ର ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସଠିକ୍ ସମୟ ରେ ତାଙ୍କୁ ଡାକ୍ତର ବଲାଙ୍ଗୀର ମ୍ୟାଡିକାଲ କଲେଜ କୁ ସ୍ଥାନାନ୍ତରିତ କରି ଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା। ପ୍ରକାଶ ଯେ,ସହର ମଧ୍ୟ ବର୍ତୀ ସ୍ଥାନରେ ଦିର୍ଘ ବର୍ଷ ରୁ ତିନି ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଥିବା ବେଳେ ବିନା ଆବଶ୍ୟକତା ରେ ସ୍ଥାନାନ୍ତରିତ କରି ଦିଆଯିବା ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି। ପରିତାପ ର ବିଷୟ ଯେ ଗମନା ଗମନ ସୁବିଧା ସୁଯୋଗ ନ ଥିବା ଓ ମାତ୍ର ୯୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ କରାଯାଇଛି । ଗରିବ ରୋଗୀ ଟିଏ ଆମ୍ବୁଲାନ୍ସ କୁ ଫୋନ କଲେ ବିଳମ୍ବ ହେବ ଏଣୁ ଅଟୋ ରିକ୍ସା ଭଡ଼ା କରି ରୋଗୀ କୁ ନେଇ ଯାଆନ୍ତୁ ବୋଲି କୁହାଯାଉଛି। ସେହିପରି ପାଞ୍ଚ ଟଙ୍କିଆ ଭାତ ପାଇଁ ଆହାର କେନ୍ଦ୍ର କୁ ରୋଗୀ ଙ୍କ ଆତ୍ମୀୟ ଆସିବା ଯିବା ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି ।
ପରିତାପ ର ବିଷୟ ଯେ ଅନୁରୂପ ଭାବେ ରକ୍ତ ଭଣ୍ଡାର ନ ଥିବା ବେଳେ ଉକ୍ତ ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯାଇଛି ।
ବିଳମ୍ବିତ ରାତି ହଉ କି ଦିନ ଟାଣ ଖରା ରେ ଯିବା ଆସିବା ନେଇ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ସାର ହୋଇଛି ।
ଏହି ଡାକ୍ତରଖାନା ସ୍ଥାନାନ୍ତରିତ କରାଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବଲାଙ୍ଗିର ଭଳି ଉଭୟ ଡାକ୍ତରଖାନା କାର୍ଯ୍ୟକ୍ଷମ କରା ଯାଉ ବୋଲି ଦାବି ହେଉଛି । ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ଏଭଳି ଲୋକ ଙ୍କ ଅକାଳ ମୃତ୍ୟୁ ବରଣ କରିବା ସାର ହେବ ।
ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବ ଏଥିରେ ସନ୍ଦେହ ନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment