ପଳସାଗୋରା ଆର ଏମ ସି ବଜାର ପ୍ରାଙ୍ଗଣ ଠାରେ ଧାନମଣ୍ଡି ଉଦଘାଟିତ
(ବୌଦ୍ଧ : -: )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକଅନ୍ତର୍ଗତ ପଳସା ଗୋରା ଆର ଏମ ସି ବଜାର ପ୍ରାଙ୍ଗଣଠାରେ ଋଣ୍ଡିମହୁଲ ପ୍ୟାକ୍ସ ର ସଂପାଦକ ଲକ୍ଷ୍ମୀ ପ୍ରସାଦ ଦନ୍ତା ଙ୍କ ତତ୍ତ୍ଵାବଧାନରେ ସଭାପତି ସୁଧୀର ଖଟୁଆ ଙ୍କ ଅଧକ୍ଷତାରେ ଋଣ୍ଡିମହୁଲ ପଂଚାୟତ ର ପୂର୍ବତନ ସରପଞ୍ଚ ରମଣୀ ରଞ୍ଜନ ପ୍ରଧାନଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଧାନ ମଣ୍ଡି ଉଦଘାଟନକାର୍ଯ୍ୟ କ୍ରମରେ ମଣ୍ଡି ର ନୋଡାଲ ଅଫିସର ତଥା ଋଣ୍ଡିମହୁଲ ଗ୍ରାମପଂଚାୟତ ର ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ପ୍ୟାକ୍ସ ର ଡାଇରେକ୍ଟର ରାମ ହରି ପ୍ରଧାନ,ସନତ କୁମାର ବାରିକ, ଲବକୁମାର ପ୍ରଧାନ, ଦେଶବନ୍ଧୁ ଖଟୁଆ, ଗିରିଶ ଦଳ ବେହେରା, ବିଜେପି ଯୁବ ନେତା ରଞ୍ଜନ କୁମାର ପଣ୍ଡା, ଆର ଏମ ସି କର୍ମ ଚାରି ବିଷ୍ଣୁ ଚରଣ ପ୍ରଧାନ,ଚାଷୀ କିସାନ ପ୍ରଧାନ, ଅଜିତ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ l ଅତିଥି ମାନେ ଉପସ୍ଥିତ ରହି ଏଫଏକ୍ୟୁମାନର ଧାନ ଦେଇ ଉଚ୍ଚିତ ମୂଲ୍ୟର ହକ୍ ଦାର ହୁଅନ୍ତୁ ଓ ଟୋକନ ନମ୍ବର ପାଇଲା ପରେ ମଣ୍ଡି କୁ ଧାନଆଣି ଶାନ୍ତିଶୃଙ୍ଖଳା ସହ ମିଲର୍ସକୁ ସହଯୋଗ କରିବାପାଇଁ ବକ୍ତବ୍ୟ ରଖିଥିଲେ।ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ପ୍ୟାକ୍ସ ର କର୍ମଚାରୀ କୃଷ୍ଣ ବଲ୍ଲଭ
ବାରିକ, ମନୋଜ କୁମାର ଦନ୍ତା, ଗଣେଷ ମହାକୁଡ଼, ନରୋତ୍ତମ ଦନ୍ତା ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment