ପ୍ରକଳ୍ପ ଅଧିକାର ଦ୍ୱାରା କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟମ ଦିବସ ପାଳିତ
ଦଶପଲ୍ଲା ୨୭/୦୬ :- ଦଶପଲ୍ଲା ବ୍ଲକ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିମ ଅଧିବାସୀ ବାଟେଣୀ ଗ୍ରାମରେ ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଯାନୀଙ୍କ ଆୟୋଜନ କ୍ରମେ ଗ୍ରାମୀଣ ଅର୍ଥନୀତି ଓ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟ ନେଇ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟମ ବିଷୟୟରେ ଗୋଷ୍ଠୀ ଭିତ୍ତିକ ସଚେତନତା ସଭା ଅନୁଷ୍ଠିତ ହେଇଯାଇଛି। ଏଥିରେ ଗ୍ରାମର ମହିଳା, ଅଙ୍ଗନବାଡି କର୍ମୀ ଓ ୱାର୍ଡ ମେମ୍ବର ଇତ୍ୟାଦି ଯୋଗଦାନ କରି ଏ ଆଲୋଚନା ର ଆବଶ୍ୟକତାକୁ ଅନୁଭବ କରିବା ସହିତ ଗରିବ ଲୋକମାନଙ୍କ ରୋଜଗାର ପାଇଁ ବିଭିନ୍ନ ଛୋଟ ଛୋଟ ଉଦ୍ୟମ କରିବା ଉଚିତ ବୋଲି ନିଜ ନିଜର ମତାମତ ଦେଇଥିଲେ। ଛୋଟ ଓ କ୍ଷୁଦ୍ର ଉଦ୍ୟମ ସ୍ଥାପନ କରି ଆତ୍ମନିର୍ଭର ହେବାକୁ ପ୍ରୟାସ କରିବା ପାଇଁ ଶ୍ରୀନିବାସ ରଣା ସମସ୍ତଙ୍କୁ କହିଥିବା ବେଳେ କୁକୁଡ଼ା ଚାଷ, ଛେଳି ଚାଷ, ଛତୁ ଚାଷ, ମହୁ ଚାଷ,ଆଯୋଲା ଚାଷ ଓ ଟେଲରିଙ୍ଗ ଇତ୍ୟାଦି ଗ୍ରାମୀଣ ମହିଳା ମାନଙ୍କ ଦ୍ୱାରା ସମ୍ଭବ ହେଇପାରିବ ବୋଲି ଅଧିକାର ମିତ୍ର ଶ୍ରୀମତୀ ପ୍ରତିମା ପ୍ରଧାନ କହିଥିଲେ। ଦେଶର ଅର୍ଥନୀତି ସୁଦୃଢ କରିବା , ଗାଁ ଗାଁ ରେ ରୋଜଗାର ସୃଷ୍ଟି କରିବା ଏବଂ ସ୍ଥାୟୀ ବିକାଶ କରିବା କ୍ଷେତ୍ରରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିକାର ମିତ୍ର ମନୋରଞ୍ଜନ ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ।
ମଣିଭଦ୍ରା ଖବର, ଗଣିଆ


إرسال تعليق