BREAKING
Loading...
:

ବଡ଼ନୟାପଲ୍ଲୀ ବାଙ୍କନିଧି ଦେବ ରଜ ମହୋତ୍ସବ ଉଦଯାପିତ ଓ କୃତି ଛାତ୍ରୀ ଶୁଭାଙ୍ଗି ପ୍ରିୟଦର୍ଶୀନି ଙ୍କୁ ସମ୍ବର୍ଦ୍ଧନା*

 



*ବଡ଼ନୟାପଲ୍ଲୀ ବାଙ୍କନିଧି ଦେବ ରଜ ମହୋତ୍ସବ ଉଦଯାପିତ ଓ କୃତି ଛାତ୍ରୀ ଶୁଭାଙ୍ଗି ପ୍ରିୟଦର୍ଶୀନି ଙ୍କୁ ସମ୍ବର୍ଦ୍ଧନା* 

ବୋଲଗଡ,୧୬/୬(ମଣିଭଦ୍ରା ଖବର): ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବଡ଼ନୟାପଲ୍ଲୀ ଗ୍ରାମରେ  ଅଷ୍ଟମ ବାର୍ଷିକ ବାଙ୍କନିଧି ଦେବ ମହୋତ୍ସବ କମିଟି ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇଛି । ଦ୍ଵିତୀୟ ଦିନ ସନ୍ଧ୍ୟାରେ ସରପଞ୍ଚ ସୁନନ୍ଦା ବରାଳଙ୍କ ଅଧ୍ୟକ୍ଷତା ପ୍ରକାଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବେଗୁନିଆ ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ମୁଖ୍ୟଅତିଥି,ସମାଜସେବୀ ଶିଶିର କୁମାର ଛୁଆଳସିଂହ,ଯବାନ ପ୍ରଦୋଷ କୁମାର ବରାଳ, ଶରତ କୁମାର ମହାପାତ୍ର,ଶିକ୍ଷକ ପ୍ରକାଶ କୁମାର ରାଉତରାୟ, ଅବସର ପ୍ରାପ୍ତ ପଶୁ ଚିକିତ୍ସକ ମାଧବ ରାଉତରାୟ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଓ ବାସୁଦେବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ସେହିପରି ପ୍ରଥମ ଦିନ ସନ୍ଧ୍ୟାରେ ସମାଜସେବୀ ବୈକୁଣ୍ଠ ରାଉତରାୟଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି,ସରପଞ୍ଚ ସୁନନ୍ଦା ବରାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଭାଇ ଚାରାର ପ୍ରତୀକ ହେଉଛି ମହୋତ୍ସବ ବୋଲି ମତ ପ୍ରକାଶ କରିଥିଲେ ।ଏଥି ସହିତ ଉକ୍ତ ଗ୍ରାମର  ଶୁଭାଙ୍ଗି ପ୍ରିୟଦର୍ଶିନୀ ସତୃଷଲ ଗତ CBSE ଦଶମ ଶ୍ରେଣୀ ପରୀକ୍ଷା ରେ ଶତକଡା  ୯୯ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ  ହୋଇଥିବା କୃତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସକ୍ଷମ ହୋଇ ପାରିଥିଲା। ପରେ ଡାଇମଣ୍ଡ ଅର୍କେଷ୍ଟ୍ରା ଦ୍ବାରା ମେଲୋଡି, ଜଟଣୀ କ୍ରିଷ୍ଣା  ଶ୍ରୀ କଳାକେନ୍ଦ୍ରର କଳାକାର ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ ହୋଇଥିଲା ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS