ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ତଦାରଖ କଲେ ବିଡିଓ
ଗଣିଆ ୦୧/୦୬(ମଣିଭଦ୍ରା ଖବର) ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଏସ୍ଆଇଆର) ଚାଲୁ ରହିଛି । ମେ ମାସ ୩୦ ତାରିଖ ଠାରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ବିଏଲ୍ଓ ମାନେ ଘର ଘର ବୁଲି ଫର୍ମ ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଛି । ଏପରିକି ୬.୦୯.୨୬ ସୁଦ୍ଧା ଅନ୍ତିମ ନିର୍ବାଚନୀ ତାଲିକା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଣିଆ ବ୍ଳକ ଅନ୍ତର୍ଗତ ୮ଟି ପଞ୍ଚାୟତର ବିଏଲଓ ମାନେ ଘର ଘର ବୁଲି ଫର୍ମ ବଣ୍ଟନ କରୁଛନ୍ତି । ତେବେ ସୋମବାର ଗଣିଆ ବିଡ଼ିଓ ଲବଣ୍ୟେନ୍ଦୁ ମହାନ୍ତି ପାଣ୍ଡରାସିଙ୍ଗାର ୩୦ ନମ୍ବର ବୁଥ୍ ପରିଦର୍ଶନ କରିଥିଲେ । ସେଠାରେ ଥିବା ବିଏଲ୍ଓ ସୁରେଶ କୁମାର ବେହେରାଙ୍କ ସହିତ ଆଲୋଚନା କରିଥିଲେ । ଘରକୁ ଯାଉଥିବା ବିଏଲ୍ଓ ମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ ଭୋଟର ତାଲିକାରେ ନାମ ଯାଞ୍ଚ କରିବା,ତୃଟି ଥିଲେ ସମୟ ମଧ୍ୟରେ ଦାବି/ଆପତ୍ତି ଦାଖଲ କରିବାକୁ ବିଡ଼ିଓ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ତେବେ ସୋମବାର ୧୩୦ଟି ଫର୍ମ ବଣ୍ଟନ କରିଥିବା ବିଏଲ୍ଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment