BREAKING
Loading...
:

ମିଳିତ ବିଭାଗର ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ ମଧ୍ୟ ROB-13 ସହ ସିଧାସଳଖ NH କୁ ସଂଯୋଗକୁ ନେଇ ଆଶ୍ଚର୍ଯ୍ୟ!*

 *ମିଳିତ ବିଭାଗର ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ ମଧ୍ୟ ROB-13 ସହ ସିଧାସଳଖ NH କୁ ସଂଯୋଗକୁ ନେଇ ଆଶ୍ଚର୍ଯ୍ୟ!*




ସମ୍ମିଳିତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବୈଷୟିକ ବିଶେଷଜ୍ଞ ମାନଙ୍କ କ୍ଷେତ୍ର ସ୍ତରରେ ଅନୁଧ୍ୟାନ ଏବଂ ଯୋଜନାର ଆଲୋଚନାରୁ ସ୍ପଷ୍ଟ ବାରି ହେଉଛି ଦୀର୍ଘ ଏକ ମାସ ପରେ ପୁଣି ROB-13 ର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ବିକଳ୍ପ ଚିନ୍ତା କରିଥିବା ସ୍ପଷ୍ଟ ବାରି ହେଉଛି। ROB-13 ତଳେ ଥିବା ପରିବା ମାର୍କେଟ ପଛପାଖରୁ ନୂତନ ଏକ ରାସ୍ତା ନିର୍ମାଣ ପାଇଁ ସାମ୍ଭାବ୍ୟ ଯୋଜନା ପ୍ରସ୍ତୁତ ହେଉଥିବା ଅନୁମାନ। ଯେହେତୁ କ୍ଷେତ୍ର ସ୍ତରୀୟ ଆଲୋଚନା ଏବଂ ଅନୁଧ୍ୟାନ ସମ୍ପୂର୍ଣ୍ଣ ହୋଇନାହିଁ ଏଣୁ ଅଫିସିଆଲ୍ ସୂତ୍ରରୁ ସ୍ପଷ୍ଟ ହୋଇପାରିନାହିଁ ବାସ୍ତବ ଚିତ୍ର। ମିଳିତ ବିଭାଗର ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ ମଧ୍ୟ ROB-13 ସହ ସିଧାସଳଖ NH କୁ ସଂଯୋଗ କିପରି ଏବଂ କାହିଁକି କରାଯାଇଥିଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରୁଥିବା ସେମାନଙ୍କ ଆଲୋଚନାରୁ ସ୍ପଷ୍ଟ। ଭାରୀଯାନ ଏବଂ ହାଲକା ଯାନର ଗମନାଗମନ ପାଇଁ ପୃଥକ ବ୍ୟବସ୍ଥା ମଧ୍ୟ କରିବା ନେଇ ଆଲୋଚନା ଜାରି ରହିଥିବା ଜଣାପଡ଼ିଥିଲା। ସରକାରୀ ସୂତ୍ରରୁ ଗଣମାଧ୍ୟମ ବିବୃତି ପରେ ହଁ ସମସ୍ତ କଥା ସ୍ପଷ୍ଟ ହେବ। ୫ ଜଣଙ୍କ ଏକକାଳୀନ ମୃତ୍ୟୁ ପରେ ବିକୃତ ROB-13 ର ସମ୍ବେଦନଶୀଳତାକୁ ଜାତୀୟ ରାଜପଥ ପ୍ରାଧିକରଣ, ରେଳପଥ ବିଭାଗ ଏବଂ ପୂର୍ତ୍ତ ବିଭାଗର ସମ୍ମିଳିତ ଅନୁଭବ ହୋଇଥିଲା। ଏହି ସମ୍ମିଳିତ ଉଦ୍ୟମ ରାଜନୈତିକ ଚାପରୁ ଉର୍ଦ୍ଧ୍ୱରେ ରହି  ବହୁ ପୂର୍ବରୁ ହୋଇଥିଲେ ଅକାଳରେ ଝଡ଼ିଥିବା ଅନେକ ଜୀବନ ରକ୍ଷା ପାଇ ଥାଆନ୍ତା ବୋଲି ସାଧାରଣରେ ଆଲୋଚନା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS