ଶୁଣିଲାନି ପ୍ରଶାସନ ଚାନ୍ଦା ଓ ଶ୍ରମଦାନ କରି ସାହି ବାସୀଙ୍କ ଦ୍ବାରା ପୋଖରୀ ସଫେଇ
ବେଲଗୁଣ୍ଠା,-; ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ପଞ୍ଚାୟତର ଡେଙ୍ଗାପଦର ଗ୍ରାମରେ ଗ୍ରାମବାସୀଙ୍କ ଦ୍ଵାରା ଗ୍ରାମରେ ବହୁଦିନରୁ ଅବହେଳିତ ହୋଇ ପଡ଼ି ରହିଥିବା ପନ୍ଦରା ସାହି ପୋଖରୀକୁ ସଫେଇ କରାଯାଇଛି। ମିଳିଥିବା ସୂଚନା ପ୍ରକାରେ ଗ୍ରାମର ପନ୍ଦରl ସାହିରେ ଥିବା ଏହି ପୋଖରୀରେ ପ୍ରତ୍ୟେକ ଦିନ ଗ୍ରାମର ପ୍ରାୟ ୨୦୦ ପରିବାରର ୫୦୦ ଲୋକ ସ୍ନାନ କରିଥାନ୍ତି। କିନ୍ତୁ ଏହି ପୋଖରୀଟି ଆବଶ୍ୟକ ରକ୍ଷଣ ବ୍ୟାଖଣ ଅଭାବରୁ ଦୀର୍ଘ ପାଞ୍ଚବର୍ଷ ଧରି ଦଳ ଭର୍ତ୍ତି ହୋଇ ରହିବା ସହିତ ଅନାବନା ଲତାବୁଦାରେ ଭର୍ତ୍ତି ହୋଇ ରହିବା ଯୋଗୁଁ ଏହି ବୁଦା ଗୁଡିକରେ ଜଙ୍ଗଲି ବାରହା ଭଳି ହିଂସ୍ର ଜନ୍ତୁ ମାନେ ମଧ୍ୟ ଲୁଚି ରହୁଥିଲେ। ଅନ୍ୟପଟେ ଏହି ଦଳ ଭର୍ତ୍ତି ପୋଖରୀରେ ଲୋକେ ଗାଧୋଇବା ଫଳରେ ବହୁ ଲୋକ ବିଭିନ୍ନ ଚର୍ମ ରୋଗରେ ମଧ୍ୟ ସଂକ୍ରମିତ ହେଉଥିଲେ। ଏନେଇ ପୋଖରୀଟିର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବାସିନ୍ଦା ସ୍ଥାନୀୟ ପ୍ରଶାସନ ଏବଂ ବିଭିନ୍ନ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଲୋକେ ଏହି ପୋଖରୀରେ ବାଧ୍ୟ ହୋଇ ଗାଧୁଆପାଧୁଆ କରୁଥିଲେ। ଗ୍ରାମବାସୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ବାରମ୍ବାର ଅଭିଯୋଗ କରିବାପରେ ପ୍ରଶାସନ ନଶୁଣିବା ଯୋଗୁଁ ଗ୍ରାମର ପନ୍ଦରl ସାହି ବାସୀନ୍ଦା ବାଧ୍ୟ ହୋଇ ପୋଖରୀଟିର ସଫେଇ କାର୍ଯ୍ୟ ହାତକୁ ନେଇଥିଲେ। ସାହିର କିଛି ଲୋକ ୫୦୦, ୧୦୦୦ ଓ ୨୦୦ କରି ଚାନ୍ଦା ଦେବାସହ ଶ୍ରମଦାନ ବି କରିଥିଲେ ଏବଂ ନିକଟସ୍ଥ କଇଠପୋଲି ଗ୍ରାମରୁ କିଛି ଶ୍ରମିକ ଲଗାଇ କାମ ଆରମ୍ଭ କରିଛନ୍ତି l ଏହାର ନେତୃତ୍ୱ ନେଇଛନ୍ତି ଗ୍ରାମର ଶୁକଦେବ ବାଡତ୍ୟା,ଶଙ୍କର ପଣ୍ଡା,ଜଗନ୍ନାଥ ବେହେରା,ରାମଚନ୍ଦ୍ର ସ୍ୱାଇଁ,ଅନୀଳ ସ୍ୱାଇଁ,ସୂର୍ଯ୍ୟ ନାରାୟଣ ପ୍ରଧାନ,ପଞ୍ଚୁ ମହାନ୍ତି,ଜୟ ବାଡତ୍ୟା,ଟୁଲୁ ଡାକୁଆ,ଭାସ୍କର ସାହୁ,ରତ୍ନ ସାଗର ବେହେରା,କାଳୁ ବେହେରା,ସୀମାଞ୍ଚଳ ସାହୁ,ସୁଧୀର ଭୂଷଣ,ଟିଟୁ ସାହୁ,ରମେଶ ସାହୁ,ସନ୍ତୋଷ ବାଡତ୍ୟାଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ ମହିଳା ମିଳିତ ଭାବେ ପୋଖରୀରୁ ଦଳ ଏବଂ ଲତାବୁଦା ବାହାର କରି ସଫେଇ କରିଥିଲେ। ତେବେ ପ୍ରଶାସନର ସହାୟତା ମିଳିଲେ ପୋଖରୀଟିର ପୁନରୁଦ୍ଧାର ଓ ପଙ୍କ ଉଦ୍ଧାର ହୋଇପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment