ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁମ୍ଭାରିରେ ଅବ୍ୟବସ୍ଥା ଅଭିଯୋଗ : ରୋଗୀ ହନ୍ତସନ୍ତ, (ସିଏଚଓ) ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରିଣୀ ଙ୍କ ଦୁର୍ବ୍ୟବହାରରେ ଅଞ୍ଚଳବାସୀ ଅସନ୍ତୁଷ୍ଟ
ବଲାଙ୍ଗିର , ବଲାଙ୍ଗିର ଜିଲ୍ଲା ସଇଁତଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁମ୍ଭାରି ରେ ଯୋଗ ଦେଇ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ସୁମିତ୍ରା ପରିଡ଼ା ସରକାରୀ କାର୍ଯ୍ୟାଳୟ ଖୋଲୁ ଥିବା ପ୍ରତ୍ୟେକ ଦିନ ସେ ଆରୋଗ୍ୟ କେନ୍ଦ୍ର କୁ ଆସୁନାହାନ୍ତି କା ଭା କେବେ କେବେ ଆସନ୍ତି ତାହା ସକାଳ ୮:ଘ ୪୦ ମିନିଟ ରୁ ୧୦ ପ୍ରୟନ୍ତ ରହନ୍ତି ,କିନ୍ତୁ ସରକାର ଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ସୁବିଧାଜନକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରାଯାଇଥିବାବେଳେ, କୁମ୍ଭାରି ସ୍ଥିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ତାହାର ସଠିକ୍ ପ୍ରତିଫଳନ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି । ଏଠାରେ କାର୍ଯ୍ୟରତ (ସିଏଚଓ) ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରିଣୀ ସୁମିତ୍ରା ପରିଡ଼ା ଙ୍କ ମନମାନି କାର୍ଯ୍ୟଶୈଳୀ ଯୋଗୁଁ ସାଧାରଣ ରୋଗୀମାନେ ନାନା ହଇରାଣ ହେଉଥିବା ସହ ଦୁର୍ବ୍ୟବହାରର ଶିକାର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କେନ୍ଦ୍ରକୁ ଆସୁଥିବା ରୋଗୀମାନେ ସମୟମତେ ଚିକିତ୍ସା ସେବା ପାଉନଥିବା ବେଳେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ରୋଗୀମାନେ କୌଣସି ସମସ୍ୟା ସମ୍ପର୍କରେ ପଚାରିଲେ ସିଏଚଓଙ୍କ ପକ୍ଷରୁ ଉଚିତ ଉତ୍ତର ମିଳୁନଥିବା ସହ ଅସଦାଚରଣ ଓ କଠୋର ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ବ୍ୟବହାର ଯୋଗୁଁ ବୃଦ୍ଧ, ମହିଳା ଓ ଗରିବ ଶ୍ରେଣୀର ରୋଗୀମାନେ ଅଧିକ ଅସୁବିଧାରେ ପଡୁଛନ୍ତି ।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ ବଣ୍ଟନ ଓ ସ୍ବାସ୍ଥ୍ୟ ପରାମର୍ଶ ସଠିକ୍ ଭାବରେ ହେଉନଥିବାରୁ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାର ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କିଛି କର୍ମଚାରୀଙ୍କ ଅବହେଳା ଓ ମନମାନି କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଲୋକ ସରକାରୀ ସେବାରୁ ବିମୁଖ ହେଉଛନ୍ତି ବୋଲି ସଚେତନ ମହଳରେ ଚର୍ଚ୍ଚା ହେଉଛି ।
ଏନେଇ ସ୍ଥାନୀୟ ଲୋକମାନେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ତଦନ୍ତ ଦାବି କରିଥିବା ବେଳେ, କୁମ୍ଭାରି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସୁଚାରୁ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଯଦି ଶୀଘ୍ର ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଗଣଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ସତର୍କ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment