ପଣ୍ଡିତ ନୀଳକଣ୍ଠ ସ୍ବାସ୍ଥ୍ୟ ସେବା ପରିବହନ ଯାନ ର ଜରୁରୀକାଳୀନ ସେବା ପ୍ରଦାନ।
କେବଳ ତେଲ ଖର୍ଚ୍ଚ ରେ ପୀତବାସ ଙ୍କର ଅସ୍ତ୍ରୋପଚାର ପାଇଁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କଲା ଜନ ମଙ୍ଗଳ(ରାସୋଳ)।
ପୀତବାସ ଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ ର ହାତ ବଢ଼ାଇବାକୁ ଜନ ମଙ୍ଗଳ (ରାସୋଳ) ତରଫରୁ ନିବେଦନ। ସବୁ ଅସହାୟ ର ସାଥୀ ଆହ୍ବାନ।
ହିନ୍ଦୋଳ,ଢେଙ୍କାନାଳ।
ଗତ ଫେବୃଆରୀ ମାସ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ କଡଲା ଗ୍ରାମ ର ଜାପାନୀ ନାୟକଙ୍କ ସାନପୁଅ ପୀତବାସ ନାୟକ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର କିମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ବେଳେ ପ୍ରଥମ ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଅସରଡା ସ୍ଥିତ ନିଜର ବଡ଼ ଭଉଣୀଙ୍କ ଘରେ ରହି ଆସୁଥିଲେ।ସୁସ୍ଥ ହୋଇନଥିବା ପୀତବାସ ଙ୍କ ଅବସ୍ଥା ଅତି ସଙ୍ଗୀନ ଥିବା ବେଳେ ସେ ଏବେ ବି ଶଯ୍ୟାଶାୟୀ।ସରକାର ଙ୍କ ର ଆୟୁଷ୍ମାନ କାର୍ଡ ରୁ ପାଞ୍ଚ ଲକ୍ଷ ଟଙ୍କା ଶେଷ ହୋଇ ଯାଇଥିବାବେଳେ ଗୁରୁତର ଆହତ ପୀତବାସ ଙ୍କ ପାଇଁ ଅର୍ଥ ସାଜିଛି ବାଧକ।
ତେବେ ଏହି ପରିସ୍ଥିତି ରେ ତାଙ୍କର ଦ୍ଵିତୀୟ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ଆଗେଇବା ପରିବାର (ଢେଙ୍କାନାଳ) ପ୍ରଦତ୍ତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ସଂଗଠନ ତରଫରୁ କେବଳ ଇନ୍ଧନ ଖର୍ଚ୍ଚ ରେ ଅସରଡା ସ୍ଥିତ ନିଜର ବଡ଼ ନାନୀ ଙ୍କ ଘରୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ କୁ ଆଜି ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି।
ଚିକିତ୍ସା ପାଇଁ ଅର୍ଥ ର ଘୋର ଆବଶ୍ୟକତା ଥିବା ବେଳେ ଅସହାୟ ପୀତବାସ ଙ୍କ ପରିବାର ବର୍ଗ ସହାୟତା ର ହାତ ବଢ଼ାଇବାକୁ ଆକୁଳ ନିବେଦନ କରିଥିବା ବେଳେ ଜନମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସଚେତକ ସବୁ ଅସହାୟ ର ସାଥୀ ଆହ୍ବାନ କୁ ସଫଳ ରୂପାୟନ ଦେବା ନିମିତ୍ତ ଆଞ୍ଚଳିକ ସ୍ତରରେ ସହୃଦୟ ବ୍ୟକ୍ତି ବିଶେଷ,ସାମାଜିକ ଅନୁଷ୍ଠାନ ତଥା ସାରା ଓଡ଼ିଶାର ସାମାଜିକ କର୍ମୀ ଓ ସ୍ବେଛାସେବୀ ଅନୁଷ୍ଠାନ ଏପରିକି ରାଜ୍ୟ ସରକାରଙ୍କୁ ସମୟୋପଯୋଗୀ ସହଯୋଗ ର ହାତ ବଢ଼ାଇବାକୁ ବିନମ୍ର ଅନୁରୋଧ ରଖିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment