BREAKING
Loading...
:

ଧୀରପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରୁ କବାଟ ଝରକା ଏବଂ ଆସବାବ ପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ

 ଧୀରପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରୁ କବାଟ ଝରକା ଏବଂ ଆସବାବ ପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ।



ଧୀର ପାଟଣା,ଭାପୁର, ଢେଙ୍କାନାଳ।


              ଢେଙ୍କାନାଳ ଜିଲ୍ଲା ସଦର : ଛଦେଶ ଅଞ୍ଚଳର ଧୀରପାଟଣା ଗ୍ରାମ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ ଛଦେଶବାସୀ ଏବଂ ଆଠଗଡ଼ ଅଞ୍ଚଳର କିଛି ଗ୍ରାମ ନିର୍ଭରଶୀଳ।ପ୍ରତ୍ୟେକ ଦିନ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଏଠାରେ ଲାଇନ ମଧ୍ୟ ଲାଗେ ସ୍ୱାସ୍ଥ୍ୟ ସେବା ପାଇଁ। ଏହି ସ୍ଵାସ୍ଥ୍ୟ କେନ୍ଦ୍ରଟିର ୩ଟି କ୍ଵାଟରରୁ କବାଟ ଝରକା ଏବଂ ଏଠାରେ ଥିବା ଆସବାବ ପତ୍ର କେହି ଦୂର୍ଵୁର୍ତ୍ତ ଲୁଟି ନେଇଯାଇଛନ୍ତି। ଆନୁମାନିକ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଘର ଗୁଡ଼ିକର କବାଟ ଝରକା ଏବଂ ସେଥିରେ ଥିବା ଆସବାବ ପତ୍ର ଗୁଡ଼ିକ ସଂପୂର୍ଣ୍ଣ ଭାବରେ ଲୁଟି ନେଇଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେଣୁ ଏହାର ତଦନ୍ତ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଥିଲା ବେଳେ ଏଥିରେ କେଉଁ ପରିସ୍ଥିତିରେ କାହିଁକି ଏବଂ କେଉଁ ମାନେ ଲୁଟି ନେଇଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ ହୋଇ ପଡ଼ିଥିବା ଗ୍ରାମବାସୀମାନେ ଦାବୀ କରିଛନ୍ତି। ସାମୁହିକ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ସରକାରୀ ଅନୁଷ୍ଠାନ ର ଏପରି ଦୁରାଵସ୍ଥା କରିଥିବା ସମ୍ପୃକ୍ତ ଦୋଷୀ ମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ମତ ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS